Cricket

ଅଷ୍ଟ୍ରେଲିଆର ଖରାପ ପ୍ରଦର୍ଶନ୨୩୬/୬

(ଓଡିଶା ସ୍ପୋର୍ଟ): ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍ ରେ ୬ ୱିକେଟ୍ ହରାଇ ୨୩୬ ରନ୍ କରିଛି। ପିଟର ହ୍ୟାଣ୍ଡସ୍କମ୍ବ ୨୮ ଓ ପ୍ୟାଟ୍ କମିନ୍ସ ୨୫ ରନ୍ କରି ଅପରାଜିତ ରହିଛନ୍ତି। ୪ର୍ଥ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ତୃତୀୟ ଦିନରେ ଆହୁରି ୧୬ ଓଭର୍ ବାକିଥିଲେ ହେଁ ଖରାପ ପାଗ ଯୋଗୁ ମ୍ୟାଚ୍କୁ ଆଗୁଆ ବନ୍ଦ କରାଯାଇଛି।କଙ୍ଗାରୁ ଟିମ୍ ତା’ର ପ୍ରଥମ ଇନିଂସ୍ ରେ ଭାରତର ବିଶାଳ ୬୨୨ ରନ୍ଠାରୁ ଆହୁରି ୩୮୬ ରନ୍ ପଛରେ ରହିଛି।

ଟିମ୍ ଇଣ୍ଡିଆ ପକ୍ଷରୁ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ୍ ନେଇଛନ୍ତି।

୧୯୮ ରନ୍ ଭିତରେ ୬ଟି ୱିକେଟ୍ ହରାଇ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆକୁ ହ୍ୟାଣ୍ଡସ୍କମ୍ବ ଓ ପ୍ୟାଟ୍ କମିନ୍ସ ସମ୍ଭାଳିଥିଲେ। ଉଭୟ ୭ମ ୱିକେଟ୍ ପାଇଁ ୩୮ ରନ୍ ଭାଗୀଦାରି କରି ସ୍ଥିତିକୁ ସାମାନ୍ୟ ସମ୍ଭାଳିଥିଲେ। ଭାରତ ଶେଷ ଭାଗରେ ୱିକେଟ୍ ନେବାକୁ ଚେଷ୍ଟା କରିଥିଲେ ହେଁ ପ୍ରଥମେ ବର୍ଷା ହୋଇଥିଲା। ଏହାପରେ ବ୍ୟାଡ୍ ଲାଇଟ୍ କାରଣରୁ ତୃତୀୟ ଦିନରେ ଆଉ ଖେଳ ସମ୍ଭବ ହୋଇପାରି ନଥିଲା। ଭାରତ ଏବେ ୪ଟିକିଆ ଟେଷ୍ଟ ସିରିଜ୍ରେ ୨-୧ରେ ଆଗୁଆ ରହିଛି।

Related posts

୨୦୧୯ ବିଶ୍ୱକପ ପାଇଁ ଧୋନୀଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ :ରୋହିତ ଶର୍ମା

Odisha Sports Bureau

ଜାଣନ୍ତୁ ଜବାହରଲାଲ ନେହେରୁ ଷ୍ଟାଡିୟମ ପୁନଃବିକାଶ ଯୋଜନା ବିଷୟରେ

Odisha Sports Bureau

କିଏ ଜିତିବ ତୃତୀୟ ଦିନିକିଆ, ଉଭୟ ଦଳ ୧-୧ସ୍ଥିତିରେ ରହିଛନ୍ତି

Odisha Sports Bureau