Cricket

ରଣଜୀ ଲଢେଇ ଗୋଆକୁ ୩୮୮ର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଚଳିତ ରଣଜୀ ସିଜିନ୍ରେ ଆଉ ଏକ ବିଜୟ ପଥରେ ଓଡ଼ିଶା ଦଳ । ଗୋଆକୁ ୩୮୮ ରନ୍ର ବିଜୟଲକ୍ଷ୍ୟ ଦେଇ ମାତ୍ର ୧୧ ଓଭର ଭିତରେ ତାର ୪ଟି ଦ୍ୱିତୀୟ ଇନିଂସ୍ ଓ୍ଵିକେଟ୍ ଖସାଇ ଦେଇଛନ୍ତି ଓଡ଼ିଶା ବୋଲର୍ ।

ଦ୍ୱିତୀୟ ଇନିଂସ୍ରେ ଓଡ଼ିଶା ୧୫୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦେବାଶିଷ ସାମନ୍ତରାୟ ୩୧ ଏବଂ ସୁଜିତ ଲେଙ୍କା ସର୍ବାଧିକ ୩୯ ରନ୍ ସ୍କୋର କରିଥିଲେ । ଗୋଆ ବୋଲର ଲକ୍ଷ୍ୟ ଗର୍ଗ ୫ଟି ଏବଂ କ୍ରିଷ୍ଣା ଦାସ ୪ଟି ଓ୍ଵିକେଟ୍ ଅକ୍ତିୟାର କରିଥିଲେ ।

ଏହା ପରେ ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ମାତ୍ର ୧୧ ଓଭର ଭିତରେ ଗୋଆର ପ୍ରମୁଖ ୪ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ବିଦା କରି ଦେଇଛନ୍ତି । ଆଜି ମ୍ୟାଚ୍ର ତୃତୀୟ ଦିବସ ହୋଇଥିବାରୁ ଓଡ଼ିଶା ହାତରେ ଜିତିବା ପାଇଁ ପର୍ୟ୍ୟାପ୍ତ ସମୟ ରହିଛି ।

Related posts

ଟେଷ୍ଟରେ ବିରାଟ କୋହଲିଙ୍କ ୧୨ ବର୍ଷ,ଫ୍ୟାନ୍ସକୁ ଜଣାଇଲେ ଧନ୍ୟବାଦ

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

Odisha Sports Bureau

ଘାତପ୍ରତିଘାତକୁ ସାମନା କରି ଦୀର୍ଘ ୪ ବର୍ଷ ପରେ ଜାତୀୟସ୍ତରୀୟ ଲୋକପ୍ରିୟ ଆନେକ୍ସ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau