Cricket

ଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରି

ନୂଆଦିଲ୍ଲୀ: ପୁଣି ଦଳ ସହିତ ପୁରୁଣା ଫର୍ମକୁ ଫେରିଲେ କ୍ୟାପ୍ଟେନ କୁଲ । ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ । ଏହା ସହ ଆଇପିଏଲ ଇତିହାସରେ ନବମ ଥର ପାଇଁ ଦଳ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ପ୍ରଥମ କ୍ୱାଲିଫାୟାରରେ ଦିଲ୍ଲୀକୁ ୪ ୱିକେଟରେ ହରାଇ ପ୍ରଥମ ଦଳ ଭାବେ ଚେନ୍ନାଇ ଫାଇନାଲରେ ଏଣ୍ଟ୍ରି କରିଛି ।

IPL 2021, DC vs CSK Qualifier 1: Ruturaj Gaikwad Oozes Class, Robin Uthappa And MS Dhoni Turn The Clock Back To Take Chennai Super Kings To 9th Final | Cricket News
ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଟେବୁଲ ଟପ୍ପର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ କ୍ୟାପ୍ଟେନ କୁଲ ମାହି । ଦଳରେ ସାମିଲ ନଥିଲେ ଅଭିଜ୍ଞ ଖେଳାଳୀ ତଥା ମିଷ୍ଟର ଆଇପିଏଲ କୁହାଯାଉଥିବା ସୁରେଶ ରୈନା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ସ୍ଥାନରେ ପ୍ଲେଇଙ୍ଗ ଇଲେଭେନରେ ରବିନ ଉଥପ୍ପାଙ୍କୁ ସ୍ଥାନ ଦେଇଥିଲେ ମାହି । ଦିଲ୍ଲୀ କ୍ୟାପିଟାଲ୍ସର ଟପ ଅର୍ଡରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ ଜୋସ ହାଜେଲଉଡ । ଶିଖର ଧୱନ, ଶ୍ରେୟସ ଆୟରଙ୍କୁ ପାଭିଲିୟନ ପଠାଇବା ପରେ ମୋଇନ ଅଲୀ ଅକ୍ଷରଙ୍କ ୱିକେଟ ନେଇ ରିଷଭଙ୍କ ଏକ୍ସପେରିମେଣ୍ଟ ମଧ୍ୟ ଫେଲ କରି ଦେଇଥିଲେ । ତେବେ ପୃଥ୍ୱୀ ଶ’ ଏବଂ ରିଷଭଙ୍କ ଅର୍ଦ୍ଧଶତକ ସହିତ ହେଟମାୟାରଙ୍କ ୩୭ ରନର ଦ୍ରୁତ ପାଳି ସହାୟତାରେ ଦଳ ଚେନ୍ନାଇକୁ ବିଶାଳ ଲକ୍ଷ୍ୟ ଦେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା ।

IPL 2021: Shaw & Pant Power Delhi Capitals To 172/ 5 Against Chennai Super Kings
ଏହି ବିଶାଳ ଲକ୍ଷ୍ୟର ପିଛା କରି ଚେନ୍ନାଇର ଅଭିଜ୍ଞ ଓପନର ଫାଫ ଡୁ ପ୍ଲେସିସ ମାତ୍ର ୧ ରନରେ ପାଭିଲିୟନ ଫେରିଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ରବିନ ଉଥପ୍ପା ଏବଂ ଋତୁରାଜ ଗାଏକ୍ୱାଡ । କିନ୍ତୁ ମାତ୍ର ୮ ରନ ମଧ୍ୟରେ ତିନୋଟି ୱିକେଟ ହରାଇ ପୁଣି ଦଳ ଅସୁବିଧାରେ ପଡିଥିଲା । ମୋଇନ ଅଲୀଙ୍କ ୱିକେଟ ପରେ ମ୍ୟାଚରେ ସମୟ ଥିଲା ମାହି ସୋ । ୬ ବଲରେ ୧୮ ରନ ସଂଗ୍ରହ କରି ପୁଣି ଥରେ ବେଷ୍ଟ ଫିନିସରର ଦାୟିତ୍ୱ ନେଇଥିଲେ ଧୋନୀ । ତାଙ୍କର ମାତ୍ର ୧୮ ରନର ପାଳି ଆଗରେ ଫିକା ପଡି ଯାଇଥିଲା ଗାଏକ୍ୱାଡ ଏବଂ ଉଥପ୍ପାଙ୍କ ଅର୍ଦ୍ଧଶତକୀୟ ଇନିଂସ ।

IPL 2021: Watch - Sakshi Dhoni, Ziva, Celebrate After MS Dhoni Hits Finishing Runs vs DC In

Related posts

କୋହଲିଙ୍କ କମାଲ, ୨୬ତମ ଶତକ ହାସଲ କଲେ

Odisha Sports Bureau

କୁନ୍ଦୁରା କ୍ରିକେଟ ଆସୋସିଏସନ ଆନୁକୂଲ୍ୟ ରେ KPL ସିଜିନ-3 ଉଦଘାଟିତ

Odisha Sports Bureau

ବିଶ୍ବକପରେ ଭାରତର ପ୍ରଦର୍ଶନ କ’ଣ ରହିବ ? ନିଜ ଭୂମିକାକୁ ନେଇ ଏମିତି କହିଲେ ରାହୁଲ ଦ୍ରାବିଡ

Odisha Sports Bureau