Cricket

ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ

ମୁମ୍ବାଇ : ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ । ଆଜି କିମ୍ବା ଆସନ୍ତା କାଲି ସୁଦ୍ଧା ଭାରତୀୟ କ୍ରିକେଟ ଟିମ ଦିଲ୍ଲୀରେ ପହଞ୍ଚିବେ । ଟିମ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଇଛି ଜୋରଦାର ପ୍ରସ୍ତୁତି ।
ସୂଚନା ଅନୁଯାୟୀ , ୨୦୨୪ ଟି -୨୦ ବିଶ୍ୱକପ ଟ୍ରଫି ବିଜେତା ଟିମ ଇଣ୍ଟିଆ ଘୂର୍ଣ୍ଣିଝଡ ଯୋଗୁ ବାର୍ବୋଡସରେ ଫସି ଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଙ୍ଗଳବାର ରାତିରେ ଗସ୍ତ ଆରମ୍ଭ କରିଛି ରୋହିତ ବାହିନୀ । ଖେଳାଳି , ପରିବାର ସଦସ୍ୟ ଏବଂ ସପୋର୍ଟ ଷ୍ଟାଫଙ୍କ ସହ ପ୍ରାୟ ୭୦ଜଣ ସ୍ୱଦେଶ ଫେରୁଛନ୍ତି । ବିଶ୍ୱବିଜେତା ଖେଳାଳିଙ୍କ ସ୍ୱାଗତ ପାଇଁ ଦିଲ୍ଲୀରେ ଭବ୍ୟ ଆୟୋଜନ ହୋଇଛି । ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଯଦି ବିମାନ ବିଳମ୍ବରେ ପହଞ୍ଚେ ତେବେ ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ଚାମ୍ପିଅନଙ୍କୁ ଭେଟିବେ । ଭାରତୀୟ ଦଳକୁ ସ୍ୱାଗତ କରିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ବିଶାଳ ଶୋଭାଯାତ୍ରାରେ ଖେଳାଳି ସହର ପରିକ୍ରମା କରିବା ନେଇ ଯୋଜନା ରହିଛି । ତେବେ ବିଶାଳ ଶୋଭାଯାତ୍ରା କେଉଁଠି ହେବ । ସେନେଇ ସ୍ୱଷ୍ଟ ସୂଚନା ମିଳିନାହିଁ । ଅପତତଃ ମୁମ୍ବାଇରେ ବିଶାଳ ଶୋଭାଯାତ୍ରା ହେବାର ସମ୍ଭାବନା ରହିଛି ।

Related posts

ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ

Odisha Sports Bureau

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି

୨୦୨୬ରେ ରୋହିତ ଏବଂ ବିରାଟ: ୨୦୨୬ରେ ରୋହିତ ଏବଂ ବିରାଟଙ୍କୁ କେତେ ସୁଯୋଗ ମିଳିବ?

Odisha Sports Bureau