Cricket

T-20 ପରେ ଆଇପିଏଲ୍‌ରୁ ବିଦାୟ ନେବେ କି ହିଟ୍‌ମ୍ୟାନ୍ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିଅନହୋଇଛି ଭାରତ | ଏହାପରେ ଅନ୍ତରାଷ୍ଟ୍ରୀୟ ଟି-୨୦ରୁ ଅବସର ନେଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ହେଲେ ଏବେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, କଣ ଆଇପିଏଲରୁ ବି ବିଦାୟ ନେଇଯିବେ କି ହିଟ ମ୍ୟାନ | ବର୍ତ୍ତମାନ ରୋହିତ ତାଙ୍କ ନୀରବତାକୁ ଭାଙ୍ଗି ଏହି ସମସ୍ତ ଆଶଙ୍କା ଦୂର କରିଛନ୍ତି । ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ଚାମ୍ପିଅନ ହୋଇଥିଲା। ଚାମ୍ପିଅନ ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ରୋହିତଙ୍କୁ ଆଇପିଏଲରେ ତାଙ୍କ ଭବିଷ୍ୟତ ବିଷୟରେ ପଚରାଯାଇଥିଲା । ଏହା ଉପରେ ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ବର୍ତ୍ତମାନ ସେ ଆଇପିଏଲ ଛାଡିବା ନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରୋହିତ କହିଛନ୍ତି- ମୁଁ ଏହି ସମୟରେ ଟି -୨୦ ରୁ ଅବସର ନେବାକୁ ଚିନ୍ତା କରି ନ ଥିଲି, କିନ୍ତୁ ପରିସ୍ଥିତି କିପରି ଆସିଛି, ମୁଁ ଅନୁଭବ କଲି ଯେ ଟି-୨୦କୁ ବିଦାୟ ଦେବା ମୋ ପାଇଁ ଠିକ୍ ହେବ । କିନ୍ତୁ ପ୍ରତିଶୃତି ଦେଉଛି ମୁଁ IPL ଶତପ୍ରତିଶତ ଖେଳିବି ।

Related posts

ଦୁବାଇରେ ଟେନିସ୍ ଖେଳୁଥିବା ନଜର ଆସିଲେ ଧୋନି ଏବଂ ପନ୍ତ; ନିଲାମ ପରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ

Odisha Sports Bureau

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ

Odisha Sports Bureau

ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ମୋହସିନ ନକଭିଙ୍କ ରାଗ ଭୀଷଣ, ଦଳକୁ ସମାଲୋଚନା

Odisha Sports Bureau