Cricket

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

ନୂଆଦିଲ୍ଲୀ: ବାରବାଡୋସ ଛାଡିବ ଟି ୨୦ ବିଶ୍ୱ ବିଜେତା ଟିମ ଇଣ୍ଡିଆ । ସାମୁଦ୍ରିକ ଝଡ ପାଇଁ ୱେଷ୍ଟଇଣ୍ଡିଜରେ ଫସିଛନ୍ତି ଭାରତୀୟ ଦଳ । ତେବେ ଗତକାଲି ହୁରିକେନ ‘ବେରିଲ ‘ ହିଟ କରିଛି । ଏବେ ସ୍ଥିତି ସାମାନ୍ୟ ହୋଇଥିବା ବେଳେ ଆଜି ବାରବାଡୋସ ଛାଡିବେ ଖେଳାଳି ଓ ଟିମ ସପୋର୍ଟ ଷ୍ଟାଫ୍ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ବିସିସିଆଇ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରିଛି ।
ଗତ ସୋମବାର ଦିନ ହୁରିକେନ ‘ବେରିଲ’ ବାରବାଡୋସରେ ଲ୍ୟାଣ୍ଡଫଲ କରିଛି । ତେଣୁ ଆଜି ସନ୍ଧ୍ୟାରେ ସ୍ଥାନିୟ ସମୟ ୬ ଟାରେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜି ଛାଡିବ । ଭାରତୀୟ ସମାନୁସାରେ ଆସନ୍ତା କାଲି ଭୋର ସାଢେ୩ ଟା ରେ ଏହା ହେବ । ଏହାର ପ୍ରାୟ ୧୬ ଘଣ୍ଟା ପରେ ଅର୍ଥାତ ଆସନ୍ତା କାଲି ସନ୍ଧ୍ୟା ୭ ଟା ୪୫ରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ ଟିମ । ସେପଟେ ଭାରତୀୟ ଦଳପାଇଁ ବିସିସିଆଇ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛି ।
ସୂଚନା ଅନୁଯାୟୀ, ଜୁନ ୨୯ ତରିଖରରେ ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ୱକପ ଫାଇନାଲ ମୁକାବିଲା ହୋଇଥିଲା । ଟିମ ଇଣ୍ଡିଆ ଅନ୍ତିମ ଓଭରରେ ସାଉଥ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟାଇଟଲ ହାତେଇଛି । ୧୭ ବର୍ଷରେ ପୁଣି ଥରେ ବିଶ୍ୱ ବିଜେତା ହୋଇଛି ଭାରତୀୟ ଦଳ ।

Related posts

ଓଡିଶା ସିନିୟର୍ ମହିଳା କ୍ରିକେଟ ଦଳରେ ଚାନ୍ଦବାଲି ମାଟିର ଝିଅ

Odisha Sports Bureau

ଟେଷ୍ଟ କ୍ରିକେଟରେ ଭାରତ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଲା

Odisha Sports Bureau

ଧୋନିଙ୍କୁ ଅତିଥି ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ

Odisha Sports Bureau