Cricket

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

ମୁମ୍ବାଇ: ୨୦୨୪ ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଜିମ୍ବାୱେ ଗସ୍ତରେ ଟିମ ଇଣ୍ଡିଆ । ଏହି ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସବୁ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଇଛି । ୧୬ ଜଣିଆ ଦଳ ଜିମ୍ବାୱେ ଗସ୍ତ କରିଥିବା ବେଳେ ଏବେ ଏହି ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ କୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବୋର୍ଡର ଘୋଷଣା ମୁତାବିକ , ଜିମ୍ବାୱେ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ଦଳରେ ଆଉ ସେହି ତିନି ଖେଳାଳି ହେଲେ ବାମହାତୀ ବ୍ୟାଟର ସାଇ ସୁଦର୍ଶନ , ୱିକେଟ କିପର ବ୍ୟାଟର ଜିତେଶ ଶର୍ମା ଏବଂ ଦ୍ରୁତ ବୋଲର ହରଷିତ ରାଣା ରହିଛନ୍ତି ।
ବିଶ୍ୱକପ ଜିତିବା ପରେ ଜିମ୍ବାୱେ ସହ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ଦୁଇ ଦେଶ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜ ଖେଳାଯିବ । ଜୁଲାଇ ୬ ତରିଖରୁ ମ୍ୟାଚ ଆରମ୍ଭ ହେବ । କ୍ୟାପ୍ଟେନ ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ ଜିମ୍ବାୱେ ସହ ମୁକାବିଲା କରିବ । ପ୍ରଥମ ଟି ୨୦ ମ୍ୟାଚ ଜୁଲାଇ ୬ ତାରିଖ , ଦ୍ୱିତୀୟ ୭ , ତୃତୀୟ୧୦ , ଚତୁର୍ଥ ୧୩ ଏବଂ ୫ମ ଟି -୨୦ ମ୍ୟାଚ ୧୪ ଜୁଲାଇରେ ହେବ ।
ତେବେ ଜିମ୍ବାୱେ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଟି ୨୦ ମ୍ୟାଚ ପାଇଁ ଭାରତୀୟ ଟିମ ରେ ଶୁବମନ ଗିଲ( ଅଧିନାୟକ) ଋତୁରାଜ ଗାୟକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ , ଧ୍ରୁବ ଜୁରେଲ, ରିୟାନ ପରାଗ, ୱାଂଶିଟନ ସୁନ୍ଦର, ରବି ବତଷ୍ନୋଇ , ଆବେଶ ଖାନ, ଖଲିଲ ଅହମଦ, ମୁକେଶ କୁମାର , ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ , ଜିତେଶ ଶର୍ମା , ହର୍ଷିତ ରାଣା ରହିଥିôା ସୂଚନା ରହିଛି ।

Related posts

ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ଇଣ୍ଡିଆ

Odisha Sports Bureau

ଅଶ୍ୱୀନଙ୍କ ନିଆରା ଉଦ୍ଭାବନ

Odisha Sports Bureau

ଟେଷ୍ଟ ଟିମର ଅଧିନାୟକ ହୋଇପାରନ୍ତି ଉଇକେଟକିପର ବ୍ୟାଟ୍ସସ୍ୟାନ ଋଷଭ ପନ୍ତ

Odisha Sports Bureau

Leave a Comment