Cricket

ଆଇପିଏଲରେ ଶାହାରୁଖ ପନ୍ଧିଥିଲେ ଦାମି ଘଣ୍ଟା

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ kkr  ହାତେଇଛି ଆଇପିଏଲ୍ ୨୦୨୪ର ଟାଇଟଲ୍ । ଫାଇନାଲରେ ହାଇଦ୍ରାବାଦକୁ ଦେଇଥିଲା ମାତ୍ । ବିଜୟ ପରେ ସେଲିବ୍ରେସନ୍ କରିଥିଲେ ପୁରା ଟିମ୍ ଓ ଶାହରୁଖ । ଷ୍ଟାଇଲିଶ ଲୁକରେ ନଜର ଆସିଥିଲେଥି କିଙ୍ଗ୍ଖାନ୍ । ଏହି ସମୟରେ ନଜର ଯାଇଥିଲା ଶାହରୁଖ ପିନ୍ଧିଥିବା ଘଣ୍ଟା ଉପରକୁ। ବାସ୍ତବରେ ଶାହାରୁଖଙ୍କ ହାତରେ ଥିଲା ଦୁନିଆର ସବୁଠୁ ଦାମୀ ଘଣ୍ଟା । ଏହି ଘଣ୍ଟାର ଦାମ୍ ଆସନ୍ତୁ ଜାଣିବା ସେହି ବିଷୟରେ…

ଶାହାରୁଖ ଯେଉଁ ଘଣ୍ଟା ପିନ୍ଧିଥିଲେଥି ତାହା କୌଣସି ସାଧାରଣ ଘଣ୍ଟା ନୁହେଁ । ରିପୋର୍ଟ ଅନୁଯାୟୀ ଏହି ଘଣ୍ଟା ରିଚାର୍ଡ ମିଲ୍ RM 052 ଟୁର୍ବିଲନ୍ ମଡେଲର ଥିଲା । ଯାହାକୁ କେବଳ ବିଶ୍ବର କିଛି ପରିଚତ ବ୍ୟକ୍ତି ହିଁ ପିନ୍ଧିଥାନ୍ତି । ଖବର ଅନୁଯାୟୀ ଘଣ୍ଟାର ମୂଲ୍ୟ ପ୍ରାୟ ୫ କୋଟି ୪୫ ଲକ୍ଷ ଟଙ୍କା । ଶାହାରୁଖ ଖାନଙ୍କ ଏହି ଘଣ୍ଟା ଦୁନିଆର ସବୁଠାରୁ ମହଙ୍ଗା ଘଣ୍ଟା ।

ଖବର ଅନୁଯାୟୀ କୋଲକାତା ନାଇଟ୍ ରାଇଡର୍ସ ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ୍ ଟାଇଟଲ୍ । ଏହାପୂର୍ବରୁ କେକେଆର୍ ୨୦୧୨ ଏବଂ ୨୦୧୪ରେ ଜିତିଜି ତିଥିଲା ଟାଇଟଲ୍ । ଟିମ୍ ତିନିଥର ଚାମ୍ପିୟନ ହେବାରେ ଗୌତମ ଗମ୍ଭୀରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ । ୨୦୧୨ ଏବଂ ୨୦୧୪ରେ ଗମ୍ଭୀରଙ୍କ ଅଧିନାୟକତ୍ୱରେ କୋଲକତା ଜିତି ଥିଲା ଟ୍ରଫି । ଏହା ବ୍ୟତୀତ  ୨୦୨୪ରେ ମଧ୍ୟ ଗୌତମ ଗମ୍ଭୀର ମେଣ୍ଟର ଭାବେ ଟିମ୍କୁ ବିଜେତା କରିଥିଲେ । କେକେଆର୍ ଚାମ୍ପିଅନ୍ ହେବା ପରେ ଗମ୍ଭୀର କହିଛନ୍ତି ଯେ, ଆଉ ୩ଟି ଟ୍ରଫି ଜିତି ଟିମ୍କୁ ଆଇପିଏଲରେ ସଫଳ କରିବାକୁ ଚାହୁଁଛନ୍ତି ।

Related posts

ସ୍ପାଇଡର ମ୍ୟାନ୍‌ ପାଇଁ ଭଏସ ଦେବେ ଶୁବମନ ଗିଲ୍‌

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ

ମଇଦାନରେ କପୋତ ଘଉଡେଇଲେ ଖେଳାଳି

Odisha Sports Bureau

Leave a Comment