Cricket

ଭାରତକୁ ୨୯୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ଆଡିଲେଡରେ ଚାଲିଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଟିମ ୨୯୮ ରନ ସଂଗ୍ରହ କରିଛି । ସନ ମାର୍ଶଙ୍କ ଶତକ ବଳରେ କଙ୍ଗାରୁ ଟିମ ଭାରତ ସାମ୍ନାରେ ୨୯୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଠ୍ରେଲିଆ ନିର୍ଧାରିତ ୫୦ ଓଭରରେ ୯ ୱିକେଟ ୨୯୮ ହରାଇ ରନ ବନାଇଛି ।

ଦଳ ପକ୍ଷରୁ ସନ ମାର୍ଶ ସର୍ବାଧିକ ୧୩୧ ରନ କରିଛନ୍ତି । ଏହା ସହ ଗ୍ଲେନ ମ୍ୟାକ୍ସୱେଲ(୪୮), ମାର୍କସ ଷ୍ଟୋଇନସ(୨୯), ପିଟର ହାଣ୍ଡସକମ୍ବ(୨୦), ଆଲେକ୍ସ କେରୀ(୧୮), ଆରୋନ ଫିଂଚ(୬), ଉସମାନ ଖ୍ୱାଜା(୨୧) ରନ ସ୍କୋର କରିଛନ୍ତି ।

ସେହିପରି ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ଚାରୋଟି ୱିକେଟ ହାସଲ କରିଥିବା ବେଳେ, ମହମ୍ମଦ ସାମି ତିନୋଟି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଛନ୍ତି ।

Related posts

ଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁ

Odisha Sports Bureau

ବୋଲିଂନୁହେଁ ବ୍ୟାଟିଂରେ ହଇଚଇ ସୃଷ୍ଟି କରୁଛନ୍ତି ଅକ୍ଷର ପଟେଲ

Odisha Sports Bureau

କ୍ରିକେଟରେ କରୋନା କାଳ

Odisha Sports Bureau