Hockey

ଅଲିମ୍ପିକ ବିଜେତା ରାଘବୀର ସିଂ ଭୋଲଙ୍କ ବିୟୋଗ

(ଓଡିଶା ସ୍ପୋର୍ଟ): ଭାରତର ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ରାଘବୀର ତାଙ୍କ ପତ୍ନୀ କମଲ ଭୋଲ ଓ ୩ ଝିଅ ଏବଂ ନାତିଙ୍କ ସହ ରହୁଥିଲେ। ସେ ୧୯୫୬ରେ ମେଲବର୍ଣ୍ଣ ଓ ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ସାମିଲ ହୋଇଥିଲେ। ଏ ଦୁଇ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲା।

ଖେଳରୁ ଅବସର ନେବା ପରେ ଭୋଲା ଆଇଏଚ୍ଏଫ୍ ଚୟନ ସମିତିର ସଦସ୍ୟ ଥିଲେ। ସେ ଏଫ୍ଆଇଏଚ୍ର ଅନ୍ତରାଷ୍ଟ୍ରୀୟ ଅମ୍ପାୟର, ଭାରତୀୟ ହକି ଟିମ୍ ମ୍ୟାନେଜର୍, ଟିଭି କମେଣ୍ଟେଟର ଓ ଅଲିମ୍ପିକ୍ସ ଖେଳର ସରକାରୀ ପର୍ୟ୍ୟବେକ୍ଷକ ଭାବେ ନିଜ ପାରଦର୍ଶିତା ଦେଖାଇଥିଲେ।

୧୯୫୪-୬୦ ପର୍ୟ୍ୟନ୍ତ ଇଣ୍ଡିଆନ୍ ଏୟାର୍ ଫୋର୍ସ ଓ ସର୍ଭିସେସ୍ ଟିମ୍ ଅଧିନାୟକ ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ସମ୍ପର୍ନ କରିଛନ୍ତି। ୨୦୦୦ ମସିହାରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଘବୀରଙ୍କ ବିୟୋଗରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ), ଏଫ୍ଆଇଏଚ୍ ମୁଖ୍ୟ ନରିନ୍ଦର ବାତ୍ରା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Related posts

ହକି ବିଶ୍ୱକପ୍ ପାଇଁ ଅଷ୍ଟ୍ରେଳିଆ ଦଳ ଘୋଷିତ

Odisha Sports Bureau

ହକି ବିଶ୍ୱକପ- ଅଭ୍ୟାସ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

Odisha Sports Bureau

ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

Odisha Sports Bureau