Cricket

କୋହିଲିଙ୍କୁ ବିଶ୍ରାମ, ନେତୃତ ନେବେ ରୋହିତ

(ଓଡିଶା ସ୍ପୋର୍ଟ): ଭୁବନେଶ୍ୱର:ବ୍ୟସ୍ତବହୁଳ କାର୍ୟ୍ୟସୂଚୀ ଓ ଅତ୍ୟଧିକ କାର୍ୟ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ଦୁଇଟି ମୁକାବିଲା ଓ ଟି୨୦ ସରିଜରୁ ବିଶ୍ରାମ ଦିଆଯାଇଛି। କୋହଲିଙ୍କ ଅନୁପସ୍ଥିତିରେ ଓପନର ତଥା ଉପ-ଅଧିନାୟକ ରୋହିତ ଶର୍ମା ଭାରତ ନେତୃତ୍ୱ ନେବେ। ଗତ କେତେ ମାସ ମଧ୍ୟରେ ଭାରତ କ୍ରମାଗତ ଭାବେ କ୍ରିକେଟ ଖେଳିଆସୁଛି। କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବା ସହ ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରଜରେ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଥିଲା। କୋହଲିଙ୍କ ଉପରେ ଅତ୍ୟଧିକ କାର୍ୟ୍ୟଭାରକୁ ଦୃଷ୍ଟିରେ ରଖି ଚୟନ କମିଟି ଏହି ନିଷ୍ପତ୍ତି ନେଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। କୋହଲିଙ୍କୁ ବିଭିନ୍ନ ସିରିଜରେ ବିଶ୍ରାମ ଦିଆଯିବା କଥା ଆଦୌ ନୁଆ ନୁହଁ। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟି୨୦ ସିରିଜରେ ମଧ୍ୟ ବିଶ୍ରାମ ଦିଆଯାଇଥିଲା। ତେବେ କୋହଲିଙ୍କ ବଦଳ ଖେଳାଳି ଭାବେ କାହକୁ ଚୟନ କରାଯିବ ନାହିଁ। ଅନ୍ତିମ ଦୁଇଟି ଦିନିକିଆ ସମେତ ଟି୨୦ ସିରିଜରେ ରୋହିତ ଦଳରେ ନେତୃତ୍ୱ ନେବେ ବୋଲି କୁହାଯାଇଛି। ୨୦୧୮ରେ ଅସାଧାରଣ ପ୍ରଦର୍ଶନ କରି ମଙ୍ଗଳବାର ୩୦ ବର୍ଷୀୟ କୋହଲି ପ୍ରଥମ କ୍ରିକେଟର ଭାବେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)ର ୩ଟି ପୁରସ୍କାର ଜିତଥିଲେ। ସେ ସାର ଗ୍ୟାରୀଫିଲ୍ଡ ସୋବର୍ସ କ୍ରିକେଟର ଅଫ୍ ଦି ଇୟର, ଟେଷ୍ଟ ପ୍ଲେୟାର ଅଫ୍ ଦି ଇୟର ଓ ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ଜିତିଥିଲେ। ଗତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ୪୦.୨୮ ରନ ହାରରେ ମୋଟ ୨୮୨ ରନ ସଂଗ୍ରହ କରିଥିଲେ। ଏଥି ମଧ୍ୟରେ ପର୍ଥ ପିଚ୍ରେ ତାଙ୍କର ଏକ ଶତକ ସାମିଲ ରହିଛି। ଦିନିକିଆରେ ୩୯ଟି ଶତକ ହାସଲ କରିବା ସହ ସେ ସବୁ ଫର୍ମାଟରେ ମୋଟ ୬୪ଟି ଶତକ ଅର୍ଜନ କରିଛନ୍ତି।

Related posts

୪ ବଲରେ ୪ ଉଇକେଟ , ମାଲିଙ୍ଗା ଇତିହାସର ପ୍ରଥମ ବୋଲର

Odisha Sports Bureau

ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ

Odisha Sports Bureau

ଆଇପିଏଲରେ ୱିକେଟ କିପିଂ କରିବେନି ରିଷଭ ପନ୍ତ

Odisha Sports Bureau