Cricket

ଅନ୍ତିମ ଟି-୨୦, ଭାରତ ଆଗରେ ୨୧୩ର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ଜିତିବା ପାଇଁ ନ୍ୟୁଜିଲାଣ୍ଡ ଦଳ ଭାରତ ଆଗରେ ରଖିଛି ୨୧୩ ରନର ବିଜୟଲକ୍ଷ୍ୟ । ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଛି । ଏହି ମ୍ୟାଚ ଯିଏ ଜିତିବ ସେହି ଦଳ ସିରିଜ ବିଜୟୀ ହେବ । ଭାରତକୁ ଏବେ ଓଭର ପିଛା ୧୦.୬ ହାରରେ ରନ୍ ସଂଗ୍ରହ କରିବାକୁ ପଡ଼ିବ ।

ସିରିଜ୍ ଜିତି ଇତିହାସ ରଚିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୧୩ ରନର ବିଶାଳ ବିଜୟ ଲକ୍ଷ୍ୟ। ଏହା ପୂର୍ବରୁ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ ମୁନରୋ ୪୦ଟି ବଲରୁ ବିସ୍ଫୋରକ ୭୨ ରନର ପାଳି ଖେଳିଥିଲେ। ଭାରତ ପକ୍ଷରୁ ସଫଳ ବୋଲର ଭାବେ କୁଲଦୀପ ଯାଦବ ଦୁଇଟି ଓ୍ଵିକେଟ୍ ନେଇଥିଲେ।

Related posts

ଆଜି ଆଇପିଏଲରେ ଦେଖିବାକୁ ମିଳିବ ଚେନ୍ନାଇ ଓ ଲକ୍ଷ୍ନୌ କଡ଼ା ମୁକାବିଲା

Odisha Sports Bureau

ଶ୍ରୀଲଙ୍କାଠାରୁ ପରାଜୟ ପରେ ସର୍ଫରସଙ୍କ ଅଧିନାୟକତ୍ୱ ଆଉଟ

Odisha Sports Bureau

ପୂର୍ଣ୍ଣ ପ୍ରସ୍ତୁତି ସହିତ ଏସିଆ କପରେ ପ୍ରବେଶ କରିବ ଟିମ୍ ଇଣ୍ଡିଆ; ରୋହିତ, ବିରାଟଙ୍କ ସହ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

Odisha Sports Bureau