Football

ଗୋଲ୍ଡ କପ ମହିଳା ଫୁଟବଲ : ଭାରତକୁ ପରାସ୍ତ କରି ମିଆଁମାର ଫାଇନାଲରେ

(ଓଡିଶା ସ୍ପୋର୍ଟ):କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗୋଲ୍ଡ କପ ମହିଳା ଫୁଟବଲର ଶେଷ ଲିଗ ମ୍ୟାଚରେ ଭାରତ ୦-୨ ଗୋଲରେ ପରାସ୍ତ ହୋଇଛି । ମିଆଁମାରଠୁ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ଭାରତକୁ ବିଦା କରିଥିବା ମିଆଁମାର ଫାଇନାଲରେ ନେପାଳକୁ ଭେଟିବ। ମିଆଁମାର ଅପରାଜେୟ ସହ ୯ ପଏଣ୍ଟ୍ ପାଇ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଭାରତ ଗୋଟିଏ ବିଜୟ ସହ ୩ ପଏଣ୍ଟ୍ ଏବଂ ଇରାନ ବିଜୟ ଶୂନ୍ୟ ରହି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବୁଧବାରର ଦ୍ବିତୀୟ ଲିଗ ମ୍ୟାଚର ତୃତୀୟ ମିନିଟରେ ଜୁଲି କିଆଓଙ୍କ ଗୋଲରେ ମିଆଁମାର ଅଗ୍ରଣୀ ନେଇଯାଇଥିଲା। ୧୩ ମିନିଟରେ ଭାରତକୁ ଏକ ସୁଯୋଗ ମିଳିଥିଲା। ସଂଜୁଙ୍କ ଏକ ସଟକୁ ମିଆଁମାର ଗୋଲ ରକ୍ଷିକା ସଫଳତାର ସହ ଅଟକାଇ ଦେଇଥିଲେ। ଏହା ପରେ ଉଭୟ ଦଳ ବହୁ ସୁଯୋଗ ହାତଛଡ଼ା କରିଥିଲେ। ପ୍ରାରମ୍ଭିକ ଗୋଲ ଯୋଗୁଁ ମିଆଁମାର ପ୍ରଥମାର୍ଧରେ ୧-୦ ଅଗ୍ରଣୀ ରହିଥିଲା। ଦ୍ବିତୀୟାର୍ଧରେ ମିଆଁମାର ଗୋଲ ପୋଷ୍ଟକୁ ଭାରତୀୟ ଖେଳାଳି ଘନ ଘନ ଆକ୍ରମଣ କରିଥିଲେ। ହେଲେ ସବୁ ସୁଯୋଗ ହାତଛଡ଼ା ହୋଇଥିଲା। ୬୩ ମିନିଟରେ ମିଆଁମାର ପେନାଲ୍ଟି ବକ୍ସ ମଧ୍ୟକୁ ଭାରତ ପ୍ରବେଶ କରିଥିଲା। ଏଭଳି ଅପୂର୍ବ ସୁଯୋଗକୁ ମଧ୍ୟ ଗୋଲରେ ପରିଣତ କରିବାକୁ ଆଦିତିଙ୍କ ଦଳ ସଫଳ ହୋଇନଥିଲା। ୮୧ ମିନିଟରେ ମିଆଁମାର ଗୋଲ ପୋଷ୍ଟ ଭିତରକୁ ବଲ ପକାଇ ଦେଇଥିଲା ହେଲେ ଅଫ୍ସାଇଡ୍ ଯୋଗୁଁ ଭାରତ ସେହି ୦-୧ରେ ପଛୁଆ ରହିଥିଲା। ନିର୍ଧାରିତ ସମୟରେ ମିଆଁମାର ୧-୦ ଗୋଲରେ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ଇଂଜୁରି ସମୟରେ ମିଆଁମାରକୁ ଏକ ପେନାଲଟି ସୁଯୋଗ ମିଳିଥିଲା। ଯାହାକୁ ୱିନ ଥେଇଙ୍ଗ୍ଟୁନ୍ ସଫଳତା ସହ ଭାରତର ଗୋଲ ପୋଷ୍ଟ ପଠାଇ ଦଳକୁ ୨-୦ ବିଜୟ ଭେଟି ଦେଇଥିଲେ।

Related posts

ଓଡ଼ିଶା ଦଳରେ ଯୋଡ଼ି ହେଲେ ଡାଭିଡ ଭିଲା

କଳିଙ୍ଗରେ ନେରୋକା- ଆରୋଜ୍ ଭେଟ

Odisha Sports Bureau

ଫିଫା ଅଧକ୍ଷ ଜିଆନି ଇନଫାଣ୍ଟିନୋଙ୍କୁ କରୋନା

Odisha Sports Bureau