Cricket

ଦେଶ ମାତୃକା ପାଇଁ ବଲ ଛାଡ଼ି ବମ ଧରିବାକୁ କହିଛନ୍ତି ମହମ୍ମଦ ସାମି

(ଓଡିଶା ସ୍ପୋର୍ଟ): ପୁଲୱାମା ଆକ୍ରମଣକୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ତୀବ୍ର ନିନ୍ଦା କରିଛନ୍ତି। ଦରକାର ପଡ଼ିଲେ ଦେଶ ମାତୃକା ପାଇଁ ବଲ ଛାଡ଼ି ବମ ଧରିବାକୁ ସାମି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେ କହିଛନ୍ତି, ଆମେ କେବେବି ପୁଲୱାମା ଆକ୍ରମଣ ଓ ଆମ ବୀର ଯବାନଙ୍କ ବଳିଦାନକୁ ଭୁଲିବା କଥା ନୁହେଁ। ଏହି ଆକ୍ରମଣ ମୋ ହୃଦୟକୁ ଦୋହଲାଇ ଦେଇଛି। ମନ ରାଗରେ ଭରି ଯାଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ନିଶ୍ଚିତ ଭାବେ ଏହି ଭାବନା ଥିବ। ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଦେଶ ପାଇଁ ଲଢ଼ିବାକୁ ମୁଁ ପୂରା ପ୍ରସ୍ତୁତ ଅଛି। ମୁଁ ଆଶା କରୁଛି ଯେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଆସନ୍ତା ଅଷ୍ଟ୍ରେଲିଆ ଶୃଙ୍ଖଳା ଜିତି ଆମେ ସହିଦ ଯବାନଙ୍କୁ ଏହାକୁ ଉତ୍ସର୍ଗ କରିବା ଲକ୍ଷ୍ୟରେ ରହିବୁ। ସୂଚନାଯୋଗ୍ୟ ଯେ ବହୁ କ୍ରିକେଟରଙ୍କ ଭଳି ସାମି ମଧ୍ୟ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Related posts

୧୩ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ

Odisha Sports Bureau

ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ

Odisha Sports Bureau

ପରାଜୟ ପରେ ରାଗିଗଲେ ପ୍ରଶଂସକ , ଗୌତମ ଗମ୍ଭୀରଙ୍କୁ ହଟାଇବା ପାଇଁ ଦାବି ଉଠିଲା

Odisha Sports Bureau