Cricket

ଆସନ୍ତା କାଲି ଭାରତ-ଅଷ୍ଟେଲିଆ ଦ୍ୱିତୀୟ ଟି-୨୦

(ଓଡିଶା ସ୍ପୋର୍ଟ): ଭାରତ ପାଇଁ ‘କର ବା ମର’ ସ୍ଥିତି । ଆସନ୍ତା କାଲି ବେଙ୍ଗାଲୁରୁରେ ଦ୍ୱିତୀୟ ଟି-୨୦ ଅନୁଷ୍ଠିତ ହେବ । ପ୍ରଥମ ଟି-୨୦ ହାରିବା ପରେ ଟିମ ଇଣ୍ଡିଆକୁ ସିରିଜ ବଞ୍ଚାଇବା ପାଇଁ ବୁଧବାର ଏଠାରେ ହେବାକୁଥିବା ଦ୍ୱିତୀୟ ମ୍ୟାଚକୁ ଯେ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ପ୍ରଥମ ମ୍ୟାଚ ଜିତି ଅଷ୍ଟ୍ରେଲିଆ ସିରିଜରେ ୧-୦ ଆଗୁଆ ରହିଛି। ଏଭଳି ସ୍ଥିତିରେ ସିରିଜକୁ ଫେରିବା ଭାରତ ପକ୍ଷେ ସହଜ ହେବନି। ପ୍ରଥମ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତ ମାତ୍ର ୧୨୬ କରିବାକୁ ସକ୍ଷମ ହୋଇଥିଲା। ଜସପ୍ରୀତ ବୁମ୍ରାଙ୍କ ଶାଣିତ ବୋଲିଂ ଆକ୍ରମଣ ବଳରେ ମ୍ୟାଚକୁ ଶେଷ ଓଭର ପର୍ୟ୍ୟନ୍ତ ଟିମ ଇଣ୍ଡିଆ ନେଇଥିଲା, କିନ୍ତୁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଫଳସ୍ୱରୂପ ମ୍ୟାଚର ଅନ୍ତିମ ବଲରେ ଭାରତକୁ ୩ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପରାଜୟ ପରେ ଦ୍ୱିତୀୟ ଟି-୨୦ ମ୍ୟାଚ ସୃଷ୍ଟି କରିଛି ।

Related posts

ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି ସନରାଇଜସୀ ହାଇଦ୍ରାବାଦ

ବର୍ଷାପାଇଁ ସ୍ଥଗିତ ରହିଲା ମ୍ୟାଚ

ପୁଣିଥରେ ବାପା ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ

Odisha Sports Bureau