More Sports

୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ହାସଲ କରି ଗୌରବ ଆଣିଲେ ଦୂତି

(ଓଡିଶା ସ୍ପୋର୍ଟ): ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଅଲମ୍ପିଅନ ଦୂତି ଚାନ୍ଦ । ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ଦୂତିଙ୍କୁ ଏହି ସଫଳତା ମିଳିଛି । ସେ ନିର୍ଦ୍ଧାରିତ ଦୂରତାକୁ ୨୩.୩୦ସେକେଣ୍ଡରେ ଶେଷ କରିଛନ୍ତି । ଏହାସହ ଦୂତି ଦୋହାରେ ଆୟୋଜିତ ହେବାକୁ ଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଆଗକୁ ଦୋହାରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ, ସିନିୟର ଫେଡେରେସନ ଚାମ୍ପିଅନସିପ ଓ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଭଳି ପ୍ରତିଯୋଗିତା ରହିଛି । ଏସବୁ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ବୋଲି ଦୂତି କହିଛନ୍ତି ।

Related posts

ଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

Odisha Sports Bureau

ଜାତୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ;  ଓଡ଼ିଶା ଦଳରେ ୩୧ଟି ବିଭାଗରେ ୩୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ

Odisha Sports Bureau

ସୁସ୍ଥ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟରେ କରିବେ ଅଂଶଗ୍ରହଣ !