More Sports

ସୁସ୍ଥ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟରେ କରିବେ ଅଂଶଗ୍ରହଣ !

ନୂଆଦିଲ୍ଲୀ: ମାଂସପେଶୀ ଆଘାତରୁ ସୁସ୍ଥ ହେଉଥିବା ବିଶ୍ୱ ନମ୍ବର ୱାନ ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତେବେ ବର୍ତ୍ତମାନର ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି। ୱାଣ୍ଡେ ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟ ଜୁନ ୩୦ ରୁ ଲୁସାନେ ରେ ଖେଳାଯିବ ଜ୍ଝ ପ୍ରତିଯୋଗିତାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଚଳିତ ମାସ ଶେଷରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଆଥଲେଟମାନେ ପ୍ରତିଯୋଗୀତା କରୁଥିବା ଦେଖିବାକୁ ମିଳିବ। ୱେବସାଇଟ୍ ଅନୁଯାୟୀ, ଭାରତୀୟ ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରାଙ୍କୁ ଚେକ ଗଣରାଜ୍ୟ ଜାକୁବ ୱାଡଲେକ୍ ଏବଂ ଜାଭେଲିନ୍ ଥ୍ରୋରେ ଜର୍ମାନୀର ଜୁଲିୟାନ୍ ୱେବର ଚ୍ୟାଲେଞ୍ଜ କରିବେ।
ମାଂସପେଶୀ ଷ୍ଟ୍ରେନ୍ ବିଷୟରେ ଟ୍ୱିଟ୍ରେ ସୂଚନା ଦେଇଥିଲେ
ଚୋପ୍ରା ଗତ ମାସରେ ଟ୍ୱିଟରରେ ଘୋଷଣା କରିଥିଲେ ଯେ ସେ ଟ୍ରେନିଂ ସମୟରେ ଏକ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଜୁନ୍ ୪ ରେ ନେଦରଲ୍ୟାଣ୍ଡରେ ଆୟୋଜିତ ହେବାକୁ ଥିବା ୠଈକ ଗେମ୍ସରୁ ବାହାରିଥିଲେ । ଏଥିସହ ନବରାଜ ଚୋପ୍ରା ଭୁବନେଶ୍ୱରରେ ଚାଲିଥିବା ଜାତୀୟ ଆନ୍ତରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପରେ ଅଂଶଗ୍ରହଣ କରିନାହାଁନ୍ତି।
ଦୋହା ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଲେ
ନୀରଜ ମଧ୍ୟ ଜୁନ୍ ୨୭ ରେ ଚେକ୍ ରିପବ୍ଲିକରେ ଗୋଲ୍ଡେନ୍ ସ୍ପାଇକ୍ ଓଷ୍ଟ୍ରାଭା ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର କାର୍ୟ୍ୟକ୍ରମ ରହିଛି କିନ୍ତୁ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। ନୀରଜ ଚୋପ୍ରା ୮୮.୬୭ ମିଟର ପ୍ରୟାସରେ ମେ ୫ ରେ ଦୋହା ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତି ଏକ ଭଲ ଆରମ୍ଭ କରିଥିଲେ ଜ୍ଝ ସେହି ବର୍ଷ ୧୯ ରୁ ୨୭ ଅଗଷ୍ଟ ମଧ୍ୟରେ ହଙ୍ଗେରୀର ବୁଦ୍ଧାପେଷ୍ଟରେ ବିଶ୍ୱ ଚାମ୍ପିଅନସିପ୍, ଡାଇମଣ୍ଡ ଲିଗ୍ ଫାଇନାଲ୍ ଏବଂ ଏସୀୟ ଗେମ୍ସ ମଧ୍ୟ ଅନୁଷ୍ଠିତ ହେବ ଜ୍ଝ

Related posts

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ଇତିହାସ ରଚିଲା ଭାରତ; ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ

Odisha Sports Bureau

ଆସନ୍ତାକାଲି ଠାରୁ କଟକରେ କମନେୱଲେଥ ଟେବୁଲ ଟେନିସ