More Sports

ଆସନ୍ତାକାଲି ଠାରୁ କଟକରେ କମନେୱଲେଥ ଟେବୁଲ ଟେନିସ

(ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି କଟକ ଇଣ୍ଡୋର ଷ୍ଟାଡିୟମରେ କମନେଓ୍ୱଲେ୍ଥ ଟେବୁଲ ଟେନିସ ଚାମ୍ପିୟନସିପ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୭ରୁ ୨୨ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନସିପରେ ୧୪ଟି ଦେଶ ଭାଗ ନେବେ। ଏହି ଚାମ୍ପିୟନସିପରେ ଭାଗନେବା ପାଇଁ ୱେଲସ, ସାଉଥ ଆଫ୍ରିକା, ଇଂଲଣ୍ଡ ଦଳ ପହଞ୍ଚି ସାରିଛନ୍ତି। ଖେଳାଳି ମାନେ କଟକରେ ପହଞ୍ଚୁଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି।

ଏଥିସହିତ ସହରର ବିଭିନ୍ନ ପ୍ରାଚୀରରେ ପେଣ୍ଟିଂ କରାଯାଉଛି। ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି। ଦର୍ଶକ ମାନେ ଏହି ଷ୍ଟାଡିୟମକୁ ପ୍ରବେଶ କରିବା ପାଇଁ ୮ଟି ଗେଟ୍ ରହିଛି। ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଗେଟ୍ ରହିଛି।
ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ସକାଳ ୯ଟାରୁ ରାତି ୧୦ ଟା ଯାଏଁ ମ୍ୟାଚ ରହିଥିବାରୁ ୨ଟି ସିଫ୍ଟରେ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିବେ। ୨ ଜଣ ଏଡିସିପି ସୁରକ୍ଷା ତଦାରଖ କରିବେ। ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Related posts

ପ୍ରୋ କବାଡ଼ି ଲିଗ : ଗୁଜୁରାଟକୁ ହରାଇ ଟାଇଟଲ ଜିତିଲେ ବେଙ୍ଗାଲୁରୁ

Odisha Sports Bureau

ଅଷ୍ଟ୍ରେଲିଆ ଓପନ ଉପରେ ପଡୁଛି ଧୁଆଁର ପ୍ରଭାବ

Odisha Sports Bureau

ପଦ୍ମ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠାଇଲେ ବିନେଶ

Odisha Sports Bureau