Cricket

ଅଷ୍ଟ୍ରେଲିଆର ଚମତ୍କାର ବ୍ୟାଟିଂ, ୩୧୫ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ରାଞ୍ଚି ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ ନେଇଥିଲେ । ଅଷ୍ଟ୍ରେଲିଆର ଦୁଇ ଓପ୍ନର ଚମତ୍କାର ବ୍ୟାଟିଂ କରି ୩୨ ଓଭର ଭିତରେ ୧୯୩ ରନ୍‌ ସଂଗ୍ରହ କରିଥିଲେ । ଫର୍ମକୁ ଫେରିଥିବା ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ବଢ଼ିଆ ବ୍ୟାଟଂ କରିଥିଲେ । ତେବେ ୯୩ ରନ୍‌ କରି ମାତ୍ର ୭ ରନ୍‌ ପାଇଁ ତାଙ୍କୁ ଶତକରୁ ବଞ୍ଚିତ କରିଥିଲେ କୁଲଦୀପ ଯାଦବ । ଫିଞ୍ଚ୍‌ ୯୯ ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୩୧୩ ରନ୍‌ କରିଛି ।

ତେବେ ଉସମାନ୍‌ ଖ୍ଵାଜା ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ । ଏବଂ ଭାରତ ପକ୍ଷରୁ ସଫଳ ବୋଲର୍ ଭାବେ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।

Related posts

BCCI ତରଫରୁ ସଚିନଙ୍କୁ ‘ଗୋଲ୍ଡେନ୍ ଟିକେଟ’

Odisha Sports Bureau

ବିଶ୍ୱକପରୁ ବାଦ ପରେ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା , ସୋସିଆଲ ମିଡିଆରେ କଲେ ପୋଷ୍ଟ

Odisha Sports Bureau

କନ୍ୟା ସନ୍ତାନର ଜନକ ରୋହିତ ୪ର୍ଥ ଟେଷ୍ଟ ଖେଳିବା ନେଇ ସନ୍ଦେହ

Odisha Sports Bureau