Football

୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ

(ଓଡିଶା ସ୍ପୋର୍ଟ):୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ। ଭୁବନେଶ୍ୱର ୟୁନିଟ-୬ ଆଥଲେଟିକ ଆସୋସିଏସନ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ। ଉଦଘାଟନୀ ମ୍ୟାଚ ଓଡ଼ିଶା ପୁଲିସ ଓ ଫୁଲବାଣୀ ଟିମ ମଧ୍ୟରେ ଖେଳାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଏଥିରେ ରାଜ୍ୟର ୭ଟି ଟିମ ଅଂଶଗ୍ରହଣ କରିବେ। ଏହା ସହିତ ରାଜ୍ୟ ବାହାରୁ ଟାଟା ଫୁଟବଲ୍ ଏକାଡେମୀ ଅଂଶଗ୍ରହଣ କରିବ। ଚାମ୍ପିଅନ୍ ଟିମକୁ ୨୫ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବ। ଏହାସହ ‘ମ୍ୟାନ ଅଫ ଦ ମ୍ୟାଚ’ ପାଇଁ ମଧ୍ୟ ପୁରସ୍କାର ରହିଛି।

Related posts

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

Odisha Sports Bureau

ଫ୍ରେଞ୍ଚ କପ୍: ୧୩ ଥର ଚାମ୍ପିଅନ୍ ହେଲା ପିଏସଜି

ଓଡ଼ିଶା ଏଫ୍ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି