Cricket

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି : ଭାରତ

(ଓଡିଶା ସ୍ପୋର୍ଟ): ଆଜି ମୋହାଲିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଭାରତ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଗତ ମ୍ୟାଚର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ଦଳରେ ୪ଟି ପରିବର୍ତ୍ତନ ସହ ଆଜି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଶେଷ ଦୁଇଟି ଦିନିକିଆରେ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ସ୍ଥାନରେ ଯୁବ ତାରକା ଋଷଭ ପନ୍ଥଙ୍କୁ ସାମିଲ କରାଯାଇଛି । ସେହିପରି ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରାଯାଇଛି । ମହମ୍ମଦ ଶାମିଙ୍କୁ ବିଶ୍ରାମ ମିଳିଥିବା ବେଳେ ତାଙ୍କ ସ୍ଥାନରେ ଆଜି ଭୁବନେଶ୍ୱର କୁମାର ଖେଳିବେ । ସେହିପରି ଚତୁର୍ଥ ସ୍ଥାନ ବ୍ୟାଟିଂ ପାଇଁ ଅମ୍ବାତି ରାଇଡୁଙ୍କ ପରିବର୍ତ୍ତେ ଆଜି ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିଛି ।

ଭାରତ ପାଇଁ ରାଇଡ଼ୁଙ୍କ ଖରାପ ଫର୍ମ ଆଉ ଏକ ବଡ ଚିନ୍ତା, ତେବେ ତାଙ୍କ ସ୍ଥାନରେ କେ ଏଲ୍ ରାହୁଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇପାରେ । ଶେଷ ଦୁଇଟି ଦିନିକିଆରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ଜାଗାରେ ରିଷଭ ପନ୍ତ ମୋହାଲି ଦିନିକିଆରେ ୱିକେଟରକ୍ଷକ ଭାବରେ ଖେଳିବେ ।

Related posts

ସନ୍ୟାସ ନେଲେ ଜିମ୍ବାୱେ କ୍ରିକେଟ ଟିମର କ୍ୟାପଟେନ୍ ହାମିଲଟନ୍

Odisha Sports Bureau

ଚମତ୍କାର ବିଜୟ ପରେ ମଧ୍ୟ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିପାରିନି ଟିମ୍ ଇଣ୍ଡିଆ

Odisha Sports Bureau

ଶ୍ରେୟସ ଧରିପାରନ୍ତି କୋଲକାତାର ମଙ୍ଗ

Odisha Sports Bureau