Cricket

ଫିଲ୍ଡିଂ ନୈରାଶ୍ୟଜନକ, ୪୭.୫ ଓଭରରେ କଙ୍ଗାରୁ ବିଜୟୀ

(ଓଡିଶା ସ୍ପୋର୍ଟ): ଚତୁର୍ଥ ଦିନିକିଆରେ ଭାରତ ୩୫୮ ରନ କରି ସୁଧା ପରାଜିତ ହୋଇଛି । ଗତକାଲି ମୋହାଲିରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳର ଫିଲ୍ଡିଂ ଅତି ଖରାପ ଥିଲା । କେଦାର ଯାଦବଙ୍କଠୁ ନେଇ ଶିଖର ଧାୱନଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଫିଲ୍ଡିଂ ନୈରାଶ୍ୟଜନକ ଥିଲା । ଖେଳାଳିମାନେ ଅନେକ ସହଜ ସୁଯୋଗ ହାତଛଡା କରିଥିଲେ । କିନ୍ତୁ ୪୪ତମ ଓଭରରେ ଯୁବ କ୍ରିକେଟର ଋଷଭ ପନ୍ତଙ୍କ ଏକ ବଡ ଭୁଲ ମ୍ୟାଚର ମୋଡ ବଦଳାଇଦେଇଥିଲା । ଯାହା ଦଳ ଉପରେ ଭାରି ପଡିଥିଲା ।

ଅନେକ ସୁଯୋଗ ପନ୍ତ ହାତଛଡା କରିଥିଲେ । ପନ୍ତ ଟର୍ଣ୍ଣରଙ୍କ ମଧ୍ୟ ଏକ ଷ୍ଟମ୍ପିଂ ହାତଛଡା କରିଥିଲେ । ଟର୍ଣ୍ଣର ଗତକାଲିର ମ୍ୟାଚରେ ମାତ୍ର ୪୩ବଲରେ ୮୪ରନ କରିଥିଲେ । ଫଳରେ କଙ୍ଗାରୁ ଏହି ମ୍ୟାଚକୁ ୪୭.୫ ଓଭରରେ ୩୫୯-୬ ରନ ସ୍କୋର କରି ମ୍ୟାଚ ଜିତିନେଇଥିଲା।

ଋଷଭ ପନ୍ତଙ୍କ ଷ୍ଟମ୍ପିଂଙ୍କୁ ନେଇ କୋହଲି କହିଛନ୍ତି ଯେ, ଷ୍ଟମ୍ପିଂ ମହତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଏହା ଭଲ ହୋଇନଥିଲା । ଦଳକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ । ଏଠାରେ ପୂର୍ବରୁ କାକର ପଡିବାର ସମ୍ଭାବନା ଥିଲା । ତେବେ ପ୍ରଥମେ ବ୍ୟାଟିଂ ନିଷ୍ପତି ଭୁଲ ନୁହେଁ ବୋଲି କୋହଲି କହିଛନ୍ତି ।

Related posts

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

Odisha Sports Bureau

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau