Cricket

ଫିଲ୍ଡିଂ ନୈରାଶ୍ୟଜନକ, ୪୭.୫ ଓଭରରେ କଙ୍ଗାରୁ ବିଜୟୀ

(ଓଡିଶା ସ୍ପୋର୍ଟ): ଚତୁର୍ଥ ଦିନିକିଆରେ ଭାରତ ୩୫୮ ରନ କରି ସୁଧା ପରାଜିତ ହୋଇଛି । ଗତକାଲି ମୋହାଲିରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳର ଫିଲ୍ଡିଂ ଅତି ଖରାପ ଥିଲା । କେଦାର ଯାଦବଙ୍କଠୁ ନେଇ ଶିଖର ଧାୱନଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଫିଲ୍ଡିଂ ନୈରାଶ୍ୟଜନକ ଥିଲା । ଖେଳାଳିମାନେ ଅନେକ ସହଜ ସୁଯୋଗ ହାତଛଡା କରିଥିଲେ । କିନ୍ତୁ ୪୪ତମ ଓଭରରେ ଯୁବ କ୍ରିକେଟର ଋଷଭ ପନ୍ତଙ୍କ ଏକ ବଡ ଭୁଲ ମ୍ୟାଚର ମୋଡ ବଦଳାଇଦେଇଥିଲା । ଯାହା ଦଳ ଉପରେ ଭାରି ପଡିଥିଲା ।

ଅନେକ ସୁଯୋଗ ପନ୍ତ ହାତଛଡା କରିଥିଲେ । ପନ୍ତ ଟର୍ଣ୍ଣରଙ୍କ ମଧ୍ୟ ଏକ ଷ୍ଟମ୍ପିଂ ହାତଛଡା କରିଥିଲେ । ଟର୍ଣ୍ଣର ଗତକାଲିର ମ୍ୟାଚରେ ମାତ୍ର ୪୩ବଲରେ ୮୪ରନ କରିଥିଲେ । ଫଳରେ କଙ୍ଗାରୁ ଏହି ମ୍ୟାଚକୁ ୪୭.୫ ଓଭରରେ ୩୫୯-୬ ରନ ସ୍କୋର କରି ମ୍ୟାଚ ଜିତିନେଇଥିଲା।

ଋଷଭ ପନ୍ତଙ୍କ ଷ୍ଟମ୍ପିଂଙ୍କୁ ନେଇ କୋହଲି କହିଛନ୍ତି ଯେ, ଷ୍ଟମ୍ପିଂ ମହତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଏହା ଭଲ ହୋଇନଥିଲା । ଦଳକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ । ଏଠାରେ ପୂର୍ବରୁ କାକର ପଡିବାର ସମ୍ଭାବନା ଥିଲା । ତେବେ ପ୍ରଥମେ ବ୍ୟାଟିଂ ନିଷ୍ପତି ଭୁଲ ନୁହେଁ ବୋଲି କୋହଲି କହିଛନ୍ତି ।

Related posts

ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ,ବିରାଟ କେ.ଏଲ ରାହୁଲଙ୍କ ଦମସାର ଶତକ

Odisha Sports Bureau

ମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନ

Odisha Sports Bureau

ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀ

Odisha Sports Bureau