Cricket

ମ୍ୟାଚ ବେଳେ ଡ୍ୟାନ୍ସ କଲେ ଶୁଭମନ ଗିଲ

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇଥିଲେ ୱେଷ୍ଟଇଣ୍ଡିଜ ଟିମ । କାଲିର ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୫୦ ରନ କରି ଅଲଆଉଟ ହୋଇଥିଲେ । ଅଶ୍ୱିନ ୫ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ୱିକେଟ ନେଇଛି । ତେବେ ମ୍ୟାଚ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି । ଭାଇରାଲ ଭିଡିଓରେ ଶୁବମନ ଗିଲ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି ।

ଭାଇରଲ ହେଉଥିବା ଭିଡିଓରେ ୱେଷ୍ଟଇଣ୍ଡିଜର ୬୪ ଓଭରରେ ଶେଷ ଯୋଡି ଭାବେ କନେଓ୍ଵଲ ଏବଂ ଓ୍ଵାରିକ୍କନ ବ୍ୟାଟିଂ କରୁଥିଲେ । ଏହି ସମୟରେ ସଟଲେଗରେ ଫିଲ୍ଡିଂ କରୁଥିବା ବେଳେ ଶୁବମନ ଗିଲ୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଶୁବମନ ଗିଲଙ୍କ ଏଭଳି ଅନ୍ଦାଜଙ୍କୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

Related posts

ଏହି ଖେଳାଳିଙ୍କୁ ODI ସିରିଜରୁ ବାଦ ଦିଆଗଲା?

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

Odisha Sports Bureau

ଟି-୨୦ ବିଶ୍ୱକପ୍‌ରୁ ବାଂଲାଦେଶର ଓହରିବା ନେଇ ବିବାଦ, ବୟାନରେ ୟୁ-ଟର୍ଣ୍ଣରୁ ତିବ୍ର ହେଲା ରାଜନୈତିକ ଚର୍ଚ୍ଚା

Odisha Sports Bureau