Cricket

ଭାରତ ପରାସ୍ତ, ୩-୨ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ବିଶ୍ୱ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା ।ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ଭାରତ ୩୫ ରନ୍ରେ ହାରି ସିରିଜ୍ ହାତଛଡ଼ା କରିଛି । ଅଷ୍ଟ୍ରେଲିଆ ଦଳ ପାଞ୍ଚ ମ୍ୟାଚ୍ ସିରିଜ୍କୁ ୩-୨ରେ ଜିତିବାକୁ ସମର୍ଥ ହୋଇଛି । ୨୭୩ ରନ୍ର ଟାର୍ଗେଟ୍କୁ ହାସଲ କରି ପାରିଲା ନାହିଁ ବିରାଟ ବାହିନୀ । ଠିକ୍ ୫୦ ଓଭରରେ ସବୁ ଓ୍ଵିକେଟ୍ ହରାଇ ୨୩୭ ରନ୍ କରି ପାରିଛି । ଆଉ ୨୦୦୯ ପରେ ନିଜ ମାଟିରେ ଦିନିକିଆ ସିରିଜ୍ ହାରିଲା କଙ୍ଗାରୁ ଦଳ ଠାରୁ । ସିରିଜ୍ରେ ପ୍ରଥମରୁ ୨-୦ରେ ପଛୁଆ ରହିବା ପରେ ଲଗାତର ଭାବେ ୩ଟି ଯାକ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି ।

ଭାରତର ଦାୟିତ୍ୱହୀନ ବ୍ୟାଟିଂ କରି ପ୍ରମୁଖ ବ୍ୟାଟ୍ସମ୍ୟାନ୍ମାନେ ଓ୍ଵିକେଟ୍ ଖସାଇ ଚାଲିଲେ । ଶେଷ ଭାଗ ବ୍ୟାଟ୍ସମ୍ୟାନ୍ ଲଢ଼େଇ କରିଥିଲେ ମଧ୍ୟ ଦଳର ସମ୍ମାନ ରକ୍ଷା କରିବାକୁ ତାହା ଯଥେଷ୍ଟ ହୋଇ ନଥିଲା । ଭୁବନେଶ୍ୱର କୁମାରଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବେକାର ଯାଇଥିଲା । ସେ କେଦାର ଯାଦବଙ୍କ ସହ ମିଶି ସପ୍ତମ ଓ୍ଵିକେଟ୍ରେ ୯୧ ରନ୍ ସଂଗ୍ରହ କରିଥିଲେ । ହେଲେ ସବୁ କିଛି ବୃଥା ଯାଇଥିଲା । ଏହି ଯୋଡ଼ି ଭାଙ୍ଗିବା ପରେ ଭାରତର ଆଶା ଧୂଳିସାତ୍ ହୋଇଯାଇଥିଲା ।

Related posts

ବିସିସିଆଇ ଅମ୍ପାୟାର ଭାବେ ଓଡିଆ ପୁଅ ମନୋନୀତ

Odisha Sports Bureau

ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି

ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା

Odisha Sports Bureau