Cricket

ଚେପକ୍ ଷ୍ଟାଡିୟମରେ ଧୋନି ପ୍ରଶଂସକଙ୍କ ଗୁଞ୍ଜରଣ

(ଓଡିଶା ସ୍ପୋର୍ଟ): କ୍ୟାପଟେନ କୁଲ କହିଲେ ଆମେ ଧୋନିଙ୍କୁ ବୁଝିଥାଉ । କ୍ରିକେଟରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ହିଁ ଯଥେଷ୍ଟ। ଧୋନିଙ୍କ ପାଇଁ ସବୁବେଳେ ପ୍ରଶଂସକ ପାଗଳ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇର ଚେପକ୍ ଷ୍ଟାଡିୟମରେ। ରବିବାର ରାତିରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ୍ ଷ୍ଟାଡିୟମରେ ଅଭ୍ୟାସ କରିଥିଲା। ନିଜର ପ୍ରିୟ ଷ୍ଟାର ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ରବିବାର ୧୦ହଜାରରୁ ଊର୍ଦ୍ଧ୍ବ ସମର୍ଥକ ଆସି ପହଞ୍ଚିଥିଲେ।

ଧୋନି ଯେତେବେଳେ ନିଜ କିଟ୍ ଧରି ପଡ଼ିଆ ଭିତରକୁ ଅଭ୍ୟାସ କରିବାକୁ ଆସିଲେ, ହଠାତ୍ ସେଠାରେ ଉପସ୍ଥିତ ହଜାର ହଜାର ଦର୍ଶକ ଜୋରରେ ଚିତ୍କାର କରି ଉଠିଥିଲେ। ସମସ୍ତେ ଧୋନିଙ୍କୁ ଚିୟର କରି ‘ଧୋନି’ ‘ଧୋନି’ ‘ଧୋନି’ ଧ୍ୱନି ଗୁଞ୍ଜରଣ କରିଥିଲେ। ତେବେ ଏହି ଦୃଶ୍ୟ ଦେଖିବା ଯୋଗ୍ୟ ଥିଲା। ଏଭଳି ଦୃଶ୍ୟ ହୁଏତ ଆମକୁ ଅନ୍ତର୍ଜାତୀୟ ମ୍ୟାଚରେ ଦେଖିବାକୁ ମିଳିଥାଏ। ସିଏସକେ ତା’ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଛି। ତେବେ ଧୋନିଙ୍କ ପ୍ରତି ଲୋକଙ୍କ ଏଭଳି ଭଲପାଇବା ଦେଖି କିଛି ପୂର୍ବତନ କ୍ରିକେଟର ଆଶ୍ଚର୍ୟ୍ୟଚକିତ ହୋଇପଡ଼ିଛନ୍ତି। ଚେନ୍ନାଇର ପୂର୍ବତନ ଖେଳାଳି ସ୍କଟ୍ ଷ୍ଟାଇରିସ ଓ ଆଲ୍ବି ମର୍କେଲ୍ ଟ୍ୱିଟର ଜରିଆରେ ଏହାର ପ୍ରତିକ୍ରିୟା ଦେଇଛନ୍ତି।

Related posts

ଫ୍ୟାବ୍ -୪ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠାରୁ ତଳେ ଅଛନ୍ତି ବିରାଟ କୋହଲି…

୭ମ ଥର ପାଇଁ ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଲର୍ଡସରେ ଭାଙ୍ଗିଲା ଇଂଲଣ୍ଡର ସ୍ୱପ୍ନ

Odisha Sports Bureau

କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ  ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତ

Odisha Sports Bureau