Cricket

କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ  ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ ଏମଏନସିସି ଚମ୍ପିଆନ ଟ୍ରଫି କ୍ରିକେଟ ଉଦଘାଟିତ ହୋଇଯାଇଛି। ସାମାଜିକକର୍ମୀ ମୀନକେତନ ମହାକୁର ମୁଖ୍ୟ ଅତିଥ୍ ବହଳପଦର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପିତାମ୍ବର ସାହୁ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ କଳାପଥର ଓ ଚନ୍ଦଲି ମଧ୍ୟରେ ହୋଇଥିଲା। କଳାପଥର ନିଦ୍ଧାରିତ ୮ ଓଭରରେ ୬ ୱିକେଟ ହରାଇ ୭୫ ରନ କରିଥିଲା । ଯବାବରେ ଚନ୍ଦଲି ୪ ଓଭରରେ ୨ ୱିକେଟ ହରାଇ ଆବଶ୍ୟକୀୟ ୭୬ ରନ କରି ବିଜୟୀ ହୋଇଥିଲା I ଦ୍ଵିତୀୟ ମ୍ୟାଚ୍ ନୂଆଗଡ଼ ଓ ହିଙ୍ଗମା ମଧ୍ୟରେ ହୋଇଥିଲା। ନୂଆଗଡ଼ ନିଦ୍ଧାରିତ ୮ ଓଭରରେ ୯ ୱିକେଟ ହରାଇ ୭୧ ରନ କରିଥିଲା। ଯବାବରେ ହିଙ୍ଗମା ଦଳ ଆବଶ୍ୟକୀୟ ୭୨ ର‌ନକୁ ୬.୨ ଓଭରରେ ୪ ୱିକେଟ ହରାଇ ସଂଗ୍ରହ କରିନେଇ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍ ପ୍ରଥମ ମ୍ୟାଚର ବିଜେତା ଚନ୍ଦଲି ଓ ଦ୍ବିତୀୟ ମ୍ୟାଚର ବିଜେତା ହିଙ୍ଗମା ମଧ୍ୟରେ ହୋଇଥିଲା । ଚନ୍ଦଲି ଦଳ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୯୧ ରନ କରିଥିବା ବେଳେ ହିଙ୍ଗମା ଦଳ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୭୫ ରନ କରି ପରାସ୍ତ ହୋଇଥିଲା। ଫଳରେ ଚନ୍ଦଲି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା I ଅଭିମନ୍ୟୁ ଖମାରୀ ଓ ବାସୁଦେବ ଖମାରୀ ଖେଳ ପରିଚାଳନା କରିଥିଲେ। ଉତ୍ତମ ଖମାରୀ ସ୍କୋରର ଦାୟିତ୍ୱ ନିର୍ବାହ କରିଥିବା ବେଳେ କବିରାଜ ଖମାରୀ ଧାରାବିବରଣୀ ପ୍ରଦାନ କରିଥିଲେ ।

Related posts

ଭାରତୀୟ ବୋଲରଙ୍କ ଦମଦାର ବୋଲିଙ୍ଗ : ୯ ମ୍ୟାଚରେ ୯୦ ୱିକେଟରୁ ୮୬ ୱିକେଟ ନେଇଛନ୍ତି

Odisha Sports Bureau

ସୁପର-୮ରେ ୩ ଦଳକୁ ଭେଟିବ ଭାରତ

Odisha Sports Bureau

ଆଇପିଏଲ ୨୦୧୯, କେଉଁ ଦଳ ଆଗରେ