Hockey

ବଦଲା ନେଲା ପୁରୁଷ ହକି ଦଳ : ବାଜି ମାରିନେଲା ଇଣ୍ଡିଆ

ଭୁବନେଶ୍ୱର:  କଳିଙ୍ଗ ଷ୍ଟାଡିୟମରେ ହକି କ୍ରେଜ । ଚାଲିଛି ଏଫଆଇଏଚ୍ ହକୀ ପ୍ରୋ ଲିଗ୍ ୨୦୨୪-୨୫ ମହାସମର । ଶନିବାରର ବଦଲା ରବିବାର ନେଲା ପୁରୁଷ ହକି ଦଳ । ଦୁଇ ଗୋଲ କରି ବାଜି ମାରିନେଲା ଇଣ୍ଡିଆ । ୧୫ମିନିଟ ଲେଖାଏଁ ଚାରୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ରାଉଣ୍ଡରେ ଦୁଇଟି ଗୋଲ କରି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ସିଂ ଦିଲପ୍ରିତ୍ ଓ ସିଂ ମନଦିପ ଗୋଟିଏ ଗୋଟିଏ ଲାଖେ ଗୋଲ କରି ଦେଖାଇଥିଲେ ଦମ୍ । ଖାତା ଖୋଲି ପାରିନଥିଲା ସ୍ପେନ। ସେପଟେ ମହିଳା ମ୍ୟାଚରେ ଇଣ୍ଡିଆ ଠାରୁ ବାଜି ମାରିନେଇଥିଲା ଇଂଲଣ୍ଡ । ଚାରୋଟି ମ୍ୟାଚରେ ଉଭୟ ଦଳ ଦୁଇ ଦୁଇ ଗୋଲ କରିଥିବାରୁ ଅନୁଷ୍ଠିତ ହୋଇଥିଲା ସୁଟଆଉଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦେଖା ଦେଉଥିଲା କଡ଼ା ଫାଇଟ। କିନ୍ତୁ ଦୁଇଟି ଗୋଲ କରି ବାଜି ମାରିନେଲା ଇଂଲଣ୍ଡ । ଷ୍ଟାଡିୟମରେ ହକି ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଦେଖା ଦେଇଥିଲା ପ୍ରବଳ ଉତ୍ସାହ । ଇଣ୍ଡିଆ ଟିମର ବଢ଼ାଇଥିଲେ ମନ ବଳ।

Related posts

ହକି ମହାକୁମ୍ଭ ,କଳିଙ୍ଗ ଷ୍ଟାଡ଼ିୟମ ପାଇଁ କଟକଣା ଜାରି

Odisha Sports Bureau

ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି: . ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ

Odisha Sports Bureau

ହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍‌ବଲ ଟାଲେଣ୍ଟ ଏକାଡେମୀ

Odisha Sports Bureau