Hockey

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ନିର୍ମାଣ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ

(ରାଉରକେଲା): ଭାରତର ସର୍ବବୃହତ ହକି ଷ୍ଟାଡିୟମ ଓଡ଼ିଶାର ରାଉରକେଲାରେ ନିର୍ମାଣ ହେବ । ଏନେଇ ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ଏହି ଷ୍ଟାଡିୟମରେ ହକି ବିଶ୍ୱକପ-୨୦୨୩ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି । ରାଉରକେଲା ବିଜୁ ପଟ୍ଟନାୟକ ବୈ÷ଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମର ନିର୍ମାଣ ହେବ । ଷ୍ଟାଡିୟମରେ ଏକାଥରେ ୨୦ ହଜାର ଦର୍ଶକ ଖେଳ ଦେଖିପାରିବେ । ହକି ପ୍ରତିଭାଙ୍କ ପାୱାର ହାଉସ ହେଉଛି ସୁନ୍ଦରଗଡ ଜିଲ୍ଲା । ଏଠାରୁ ବହୁ ହକି ପ୍ରତିଭା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି । ଏଣୁ ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ରାଉରକେଲା ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ହକି ବିଶ୍ୱକପ-୨୦୨୩ ପ୍ରତିଯୋଗିତା ହେବ ବୋଲି ଯୋଜନା ଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେଏହି ବିପିୟୁଟି ପରିସରରେ ନୂତନ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ତିଆରି ହେବ । ଏହି ଠାରେ ଆଗାମୀ ହକି ବିଶ୍ୱକପର ଆୟୋଜନ ହେବ । ନିକଟରେ ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ ଓ ରାଜ୍ୟ ସରକାଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲାରେ ହକି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।

Related posts

ଆଜି ହକି ବିଶ୍ୱକପରେ ପାକିସ୍ତାନର ଅଭିଯାନ ଆରମ୍ଭ

Odisha Sports Bureau

ରାଉରକେଲାରେ ହକି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

ବେଲଜିୟମ ଟୁର ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

Odisha Sports Bureau