Cricket

ବର୍ଷାରେ ଧୋଇଗଲା ସ୍ୱପ୍ନ: ଚମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପକିସ୍ତାନ ଏବଂ ବାଂଲାଦେଶ ଟିମ୍

ମୁମ୍ବାଇ : ଆଜି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୯ମ ମ୍ୟାଚ ପକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିଲା । କିନ୍ତୁ ବର୍ଷା ପାଇଁ ହେବାକୁ ଥିବା ମ୍ୟାଚ ବାତିଲ ହୋଇଯାଇଛି । ଫଳରେ ଏହି ଦୁଇଟି ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଛନ୍ତି । କାରଣ ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ ଜିତି ନାହାନ୍ତି ।
ସୂଚନା ଅନୁଯାୟୀ , ଆଜିର ମ୍ୟାଚ ଅପରାହ୍ନ ୨;୩୦ରୁ ଖେଳାଯିବାର ଥିଲା । କିନ୍ତୁ ବର୍ଷା ଯୋଗୁଁ ଟସ ମଧ୍ୟ ହୋଇପାରିନଥିଲା । ଯାହା ଫଳରେ ମ୍ୟାଚକୁ ବାତିଲ କରାଯାଇଛି । ତେବେ ଦେଖିବାକୁ ଗଲେ ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତା ହୋଇଥିଲା । ଏହାପରେ ପରବର୍ତ୍ତି ମ୍ୟାଚ ରେ ଭାରତ ଠାରୁ ମଧ୍ୟ ପରାସ୍ତ ହୋଇଥିଲା । ତେବେ ଆଜି ଏହି ଦଳର ଶେଷ ମ୍ୟାଚ ଥିବା ବେଳେ ବର୍ଷା ଯୋଗୁ ଏହି ମ୍ୟାଚ ମଧ୍ୟ ବାତିଲ ହୋଇଯାଇଛି ।
ଆଉ ସେପଟେ ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା ଯେଉଁଥିରେ ଭାରତ ୬ୱିକେଟରେ ମ୍ୟାଚ ଜିତିଥିଲା । ଆଉ ୨ୟ ମ୍ୟାଚ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା । ତେବେ ଏହି ମ୍ୟାଚ ଥିଲା ତାର ତୃତିୟ ମ୍ୟାଚ । କିନ୍ତୁ ବର୍ଷା ପାଇଁ ବାତିଲ ହୋଇଛି ।

Related posts

ଛାତିରେ ଯନ୍ତ୍ରଣା ସତ୍ତ୍ୱେ ହସୁଥିଲେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ବଡ଼ ଭାଇ ପରି ପ୍ରଶଂସା କରିବାକୁ ଭୁଲି ନଥିଲେ

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau

ମାତ୍ର କିଛି ମିନିଟରେ ସରିଗଲା ବାରବାଟୀ ମ୍ୟାଚ ଅନଲାଇନ ଟିକେଟ

Odisha Sports Bureau