Cricket

ବର୍ଷାରେ ଧୋଇଗଲା ସ୍ୱପ୍ନ: ଚମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପକିସ୍ତାନ ଏବଂ ବାଂଲାଦେଶ ଟିମ୍

ମୁମ୍ବାଇ : ଆଜି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୯ମ ମ୍ୟାଚ ପକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିଲା । କିନ୍ତୁ ବର୍ଷା ପାଇଁ ହେବାକୁ ଥିବା ମ୍ୟାଚ ବାତିଲ ହୋଇଯାଇଛି । ଫଳରେ ଏହି ଦୁଇଟି ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଛନ୍ତି । କାରଣ ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ ଜିତି ନାହାନ୍ତି ।
ସୂଚନା ଅନୁଯାୟୀ , ଆଜିର ମ୍ୟାଚ ଅପରାହ୍ନ ୨;୩୦ରୁ ଖେଳାଯିବାର ଥିଲା । କିନ୍ତୁ ବର୍ଷା ଯୋଗୁଁ ଟସ ମଧ୍ୟ ହୋଇପାରିନଥିଲା । ଯାହା ଫଳରେ ମ୍ୟାଚକୁ ବାତିଲ କରାଯାଇଛି । ତେବେ ଦେଖିବାକୁ ଗଲେ ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତା ହୋଇଥିଲା । ଏହାପରେ ପରବର୍ତ୍ତି ମ୍ୟାଚ ରେ ଭାରତ ଠାରୁ ମଧ୍ୟ ପରାସ୍ତ ହୋଇଥିଲା । ତେବେ ଆଜି ଏହି ଦଳର ଶେଷ ମ୍ୟାଚ ଥିବା ବେଳେ ବର୍ଷା ଯୋଗୁ ଏହି ମ୍ୟାଚ ମଧ୍ୟ ବାତିଲ ହୋଇଯାଇଛି ।
ଆଉ ସେପଟେ ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା ଯେଉଁଥିରେ ଭାରତ ୬ୱିକେଟରେ ମ୍ୟାଚ ଜିତିଥିଲା । ଆଉ ୨ୟ ମ୍ୟାଚ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା । ତେବେ ଏହି ମ୍ୟାଚ ଥିଲା ତାର ତୃତିୟ ମ୍ୟାଚ । କିନ୍ତୁ ବର୍ଷା ପାଇଁ ବାତିଲ ହୋଇଛି ।

Related posts

ଟି୨୦ ବିଶ୍ୱକପ୍‌ : ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ

Odisha Sports Bureau

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau

ଋଷଭଙ୍କ ପୁନର୍ଜନ୍ମ,ସୋସିଆଲ ମିଡିଆରେ ଲେଖିଲେ ଦ୍ୱିତୀୟ ଜନ୍ମ ତରିକା

Leave a Comment