Cricket

ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ,ଅରେଞ୍ଜ କ୍ୟାପ ଅଧିକାରୀ

(ଓଡିଶା ସ୍ପୋର୍ଟ): ୨୩ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍ ସିଜନ୍ ୧୨ର ମହାସମର । ପୁଣି ଥରେ ଦେଖିବାକୁ ମିଳିବ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଘମାସାନ ଲଢେଇ । ସମସ୍ତ ଖେଳାଳି ନିଜର ଦକ୍ଷତା ଦେଖାଇ ଅରେଞ୍ଜ କ୍ୟାପ ପାଇବା ପାଇଁ ଚେଷ୍ଟା କରିବେ । ତେବେ ବିଜୟ ସ୍ବାଦ ଚାଖିବା ପାଇଁ କେବଳ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବୋଲରଙ୍କର ମଧ୍ୟ ରହିଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା । ଆସନ୍ତୁ ଜାଣିବା ୧୧ ଟି ଯାକ ସିଜନରେ ଅରେଞ୍ଜ କ୍ୟାପ୍ ଜିତିଥିବା ଖେଳାଳୀଙ୍କ ବିଷୟରେ ।

ସିଜନ୍ ୧ : ଆଇପିଏଲ୍ ର ପ୍ରଥମ ସିଜନରେ କିଙ୍ଗ୍ସ ଇଲେଭେନ୍ ପଂଜାବ ପାଇଁ ଖେଳୁଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ସନ୍ ମାର୍ଶ ନିଜ ନାଁରେ କରିଥିଲେ ଅରେଞ୍ଜ କ୍ୟାପ୍ । ମାର୍ସ ୧୧ ଟି ମ୍ୟାଚରେ ୬୧୬ ରନ୍ କରିଥିଲେ ।

ସିଜନ୍ ୨ : ୨୦୦୯ରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ ଏହି କ୍ୟାପକୁ ନିଜ କବଜାରେ କରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସ ର ଏହି ବାମହାତି ବ୍ୟାଟ୍ସମ୍ୟାନ୍ ୧୨ ଟି ମ୍ୟାଚରେ ୧୪୪ ଷ୍ଟ୍ରାଇକ୍ ରେଟ୍ ହିସାବରେ ୫୭୨ ରନ୍ କରିଥିଲେ ।

ସିଜନ୍ ୩ : ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ୬୧୮ ରନ୍ କରି ଏହି କ୍ୟାପରେ କରିଥିଲେ କବଜା । ଏହା ମଧ୍ୟରେ ସେ ୮୬ ବାଉଣ୍ଡ୍ରି ମଧ୍ୟ ମାରିଥିଲେ ।

ସିଜନ ୪ : ୨୦୧୧ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଖେଳି ୧୨ ଟି ମ୍ୟାଚରେ ୧୮୩.୧୩ ଷ୍ଟ୍ରାଇକ୍ ରେଟ୍ ସହ ୬୦୮ ରନ୍ ଏହି କ୍ୟାପ୍ ହାସଲ କରିଥିଲେ କ୍ରିସ୍ ଗେଲ୍ ।

ସିଜନ୍ ୫ : ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଏଥର ମଧ୍ୟ ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ସାବ୍ୟସ୍ତ ହୋଇଥିଲେ କ୍ରିସ୍ ଗେଲ୍ । କ୍ରିସ୍ ଗେଲ୍ ୨୦୧୨ରେ ୭୩୩ ରନ୍ କରିଥିଲେ । ଏହି ସିଜନରେ ସେ ୪୮ ଚୌକା ଏବଂ ୫୯ ଛକା ମାରି ଏହି କ୍ୟାପ୍ ନିଜ ନାଁରେ କରିଥିଲେ ।
ସିଜନ୍ ୬ : ୨୦୧୩ରେ ଚେନ୍ନାଇ ସୁପରକିଙ୍ଗ୍ସର ମାଇକେଲ୍ ହସି ୧୨୯ ଷ୍ଟ୍ରାଇକ୍ ରେଟରେ ୭୩୩ ରନ୍ କରିଥିଲେ ।

ସିଜନ୍ ୭ : ରବିନ୍ ଇଥପ୍ପା ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଖେଳି ୬୬୦ ରନ୍ କରି ଏହି କ୍ୟାପରେ କବଜା କରିଥିଲେ । ଏହି ସିଜନରେ ଇଥପ୍ପା ଲଗାତାର ୮ଟି ପାଳିରେ ୪୦ + ସ୍କୋର କରିଥିଲେ ।

ସିଜନ୍ ୮ : ୨୦୧୫ରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳି ଡେଭିଡ୍ ୱନର୍ ୫୬୨ ରନ୍ କରିଥିଲେ । ଏହି ସିଜନରେ ତାଙ୍କର ସର୍ବୋଚ୍ଚ ସ୍କୋର ଥିଲା ୯୧ ।

ସିଜନ୍ ୯ : ୨୦୧୬ରେ ବିରାଟ ରେକର୍ଡ କରିଥିଲେ କୋହଲି । ଏମିତି ରେକର୍ଡ କରିଥିଲେ କୋହଲି ଯାହାର କଳ୍ପନା ମଧ୍ୟ କେହି କରିନଥିଲେ । ଆରସିବି ର ଅଧିନାୟକ କୋହଲି ଏହି ସିଜିନରେ ୯୭୩ ରନ୍ କରିଥିଲେ । ଏହି ସିଜନରେ କୋହଲି ୧୬ ଟି ମ୍ୟାଚରେ ୪ ଥର ଶତକ କରିଥିଲେ ।
ସିଜନ୍ ୧୦ : ସନରାଇଜର୍ସ ହାଇଦ୍ରବାଦ ତରଫରୁ ଖେଳି ଡେଭିଡ୍ ୱନର୍ ୨୦୧୭ରେ ୬୪୧ ରନ୍ କରିଥିଲେ ।
ସିଜନ୍ ୧୧ : ସନରାଇଜର୍ସ ହାଇଦ୍ରବାଦ କ୍ୟାପଟେନ୍ କେନ୍ ୱିଲିୟମସନ୍ ୨୦୧୮ ରେ ୧୭ ଟି ମ୍ୟାଚରେ ୭୩୫ ରନ୍ କରି ଏହି ଅରେଞ୍ଜ କ୍ୟାପ୍ ହାସଲ କରିଥିଲେ ।

Related posts

ଆଜି ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau

ବିଶ୍ୱକପ୍ ପାଇଁ ଅମ୍ପାୟାର ,ରେଫରୀଙ୍କ ନାମ ସ୍ଥିର କରିଛି ଆଇସିସି

Odisha Sports Bureau

ଶ୍ରୀଲଙ୍କା ସିରିଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau