Cricket

କ୍ରିକେଟରୁ ଅବସର ନେବେ ଶ୍ରୀଲଙ୍କାର ଦ୍ରୁତ ବୋଲର

(ଓଡିଶା ସ୍ପୋର୍ଟ): କ୍ରିକେଟ୍ରେ ଗତ କିଛି ବର୍ଷ ଧରି ପ୍ରଭାବ ବିସ୍ତାର କରିଆସିଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବେ। ତାଙ୍କ ଦ୍ରୁତ ବୋଲିଂଙ୍କୁ ସମସ୍ତେ ଡ଼ରନ୍ତି । ସେ ତାଙ୍କ ଦ୍ରୁତ ବୋଲିଂ ପାଇଁ କିକ୍ରେଟରେ ବେଶ ପରିଚିତ । ସେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଯାଇ ଅବସର ନେବେ ବୋଲି ସୂଚନା ମିଳିଛି।

ଚଳିତବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପରେ ସେ ଦିନିକିଆରୁ ଅବସର ନେବେ ଏବଂ ୨୦୨୦ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ସମ୍ପୂର୍ଣ୍ଣ ବିଦାୟ ଜଣାଇବେ ବୋଲି ମାଲିଙ୍ଗା କହିଛନ୍ତି ।

ଶୁକ୍ରବାର ଶ୍ରୀଲଙ୍କା ଦକ୍ଷିଣ ଅଫ୍ରିକାଠାରୁ ଦ୍ୱିତୀୟ ଟି୨୦ ହାରିବା ପରେ ଏହି ୩୫ ବର୍ଷ ବୟସ୍କ କ୍ରିକେଟର କହିଛନ୍ତି, ବିଶ୍ୱକପ୍ ପରେ ମୋ କ୍ରିକେଟ୍ କ୍ୟାରିଅର ସରିବାକୁ ଲାଗିବ। ମୁଁ ଚାହୁଁଛି ଟି୨୦ ବିଶ୍ୱକପ୍ ଖେଳିବି ଏହା ପରେ ମୋ କ୍ୟାରିଅର ସମାପ୍ତ କରିବି।

Related posts

ଆଇସିସି ପ୍ରମୋରେ ନଜର ଆସିଲେ ଓଡ଼ିଆ ପୁଅ ପିଣ୍ଟୁ

Odisha Sports Bureau

କାଲିଠୁ ସିଡନୀ ଟେଷ୍ଟ: ଦଳକୁ ଫେରିଲେ ରୋହିତ, ସାଇନି କରିବେ ଡେବ୍ୟୁ

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ ଜିତିଲା ଆରସିବି

Odisha Sports Bureau