Cricket

ଆଜିଠାରୁ ଆଇପିଏଲ-୧୨, ମୁହାଁମୁହିଁ ହେବେ ଧୋନି ଓ ବିରାଟ

(ଓଡିଶା ସ୍ପୋର୍ଟ): ଆଜିଠାରୁ ପଡ଼ିଆରେ ଦେଖିବାକୁ ମିଳିବ ଦେଶୀ ଓ ବିଦେଶୀ କ୍ରିକେଟ ତାରକାଙ୍କ ଯାଦୁ । ଆଜିଠାରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ । ଉଦଘାଟନୀ ମ୍ୟାଚରୁ ହିଁ ଜୋରଦାର ଲଢେଇ ଦେଖିବାକୁ ମିଳିବ। ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଆଜି ରାତି ୮ଟାରୁ ଆଇପିଏଲ-୧୨ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା ହେବ ।

ଯେଉଁଠି ଚେନ୍ନାଇ ତିନି ଥର ଚମ୍ପିଆନ ହୋଇଥିବା ବେଳେ ବେଙ୍ଗାଲୁରୁ ଦଳରେ ଅନେକ ବଡ଼ ଖେଳାଳି ଥିଲେ ମଧ୍ୟ ଦଳ ଏ ପର୍ଯ୍ୟନ୍ତ ଟାଇଟଲ ଜିତି ପାରିନାହିଁ। ଶନିବାର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଚେନ୍ନାଇର ଅମ୍ବତି ରାୟୁଡୁ ଏବଂ ରବୀନ୍ଦ୍ର ଜାଡ଼େଜା ଭଲ ପ୍ରଦର୍ଶନ କରି ବିଶ୍ଵ କପରେ ନିଜର ସ୍ଥାନ ସୁନିଶ୍ଚିତ କରିବାକୁ ଚାହିଁବେ।

ଆରସିବି ପାଇଁ ସ୍ପିନର ୟୁଜବେନ୍ଦ୍ର ଚହଲ ଟ୍ରମ୍ପ କାର୍ଡ ହୋଇ ପାରନ୍ତି। ଦଳରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ମାର୍କସ ଷ୍ଟୋଇନିସ୍,ସିମରନ ହେଟମାୟର, ପାର୍ଥିବ ପଟେଲଙ୍କ ପରି ବ୍ୟାଟସମ୍ୟାନ ଅଛନ୍ତି।

Related posts

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ ଜିତିଲା ଆରସିବି

Odisha Sports Bureau

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

Odisha Sports Bureau

ଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରି

Odisha Sports Bureau