Tennis

ମିଆମ ଓପନ୍: ଫେଡରର କ୍ୱାଟର ଫାଇନାଲରେ ପ୍ରବେଶ

(ଓଡିଶାସ୍ପୋର୍ଟ): ବିଶ୍ୱର ପ୍ରଶିଦ୍ଧ ଟେନିସ୍ ତାରକା ରୋଜର ଫେଡରର ନିଜର ଚତୁର୍ଥ ଡବ୍ଲୁଟିଏ ମିଆମି ଓପନ ଜିତିବାରେ ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି । ଫେଡରର ବୁଧବାର ଦିନ ଚାଲିଥିବା ମୁକାବିଲାରେ ରଶିଆର ଡେନିଲ ମେଡଭେଦବଙ୍କୁ ୬-୪, ୬-୨ ସେଟରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ରାଉଣ୍ଡର ଅଫ୍ ୧୬ର ମୁକାବିଲା ଜିତିବା ପରେ ଆସନ୍ତା କାଲି କ୍ୱାଟର ଫାଇନାଲରେ ଫେଡରରଙ୍କ ଟକ୍କର ଦକ୍ଷିଣ ଆଫ୍ରିକାର କେବିନ୍ ଏଣ୍ଡରସନ୍ଙ୍କ ସହିତ ହେବ । ଏହା ପୂର୍ବରୁ ସେ ଫିଲିପ୍ କ୍ରାଞ୍ଜିନୋଭିକ୍ଙ୍କୁ ହରାଇ ରାଉଣ୍ଡ୍ ଅଫ୍ ୧୬ରେ ପ୍ରବେଶ କରିଥିଲେ । ଫେଡରର କ୍ରାଞ୍ଜିନୋଭିକ୍ଙ୍କୁ ୭-୫, ୬-୩ ସେଟ୍ରେ ସିଧାସଳଖ ପରାସ୍ତ କରିଥିଲେ ।

Related posts

କଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟ‌ର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା

Odisha Sports Bureau

ୟୁଏସ୍ ଓପନ: ୨୦୧୩ ପରେ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ ଜିତିବାରେ ସୁମିତ ହେଉଛନ୍ତି ପ୍ରଥମ ଭାରତୀୟ

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau