Tennis

ମିଆମ ଓପନ୍: ଫେଡରର କ୍ୱାଟର ଫାଇନାଲରେ ପ୍ରବେଶ

(ଓଡିଶାସ୍ପୋର୍ଟ): ବିଶ୍ୱର ପ୍ରଶିଦ୍ଧ ଟେନିସ୍ ତାରକା ରୋଜର ଫେଡରର ନିଜର ଚତୁର୍ଥ ଡବ୍ଲୁଟିଏ ମିଆମି ଓପନ ଜିତିବାରେ ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି । ଫେଡରର ବୁଧବାର ଦିନ ଚାଲିଥିବା ମୁକାବିଲାରେ ରଶିଆର ଡେନିଲ ମେଡଭେଦବଙ୍କୁ ୬-୪, ୬-୨ ସେଟରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ରାଉଣ୍ଡର ଅଫ୍ ୧୬ର ମୁକାବିଲା ଜିତିବା ପରେ ଆସନ୍ତା କାଲି କ୍ୱାଟର ଫାଇନାଲରେ ଫେଡରରଙ୍କ ଟକ୍କର ଦକ୍ଷିଣ ଆଫ୍ରିକାର କେବିନ୍ ଏଣ୍ଡରସନ୍ଙ୍କ ସହିତ ହେବ । ଏହା ପୂର୍ବରୁ ସେ ଫିଲିପ୍ କ୍ରାଞ୍ଜିନୋଭିକ୍ଙ୍କୁ ହରାଇ ରାଉଣ୍ଡ୍ ଅଫ୍ ୧୬ରେ ପ୍ରବେଶ କରିଥିଲେ । ଫେଡରର କ୍ରାଞ୍ଜିନୋଭିକ୍ଙ୍କୁ ୭-୫, ୬-୩ ସେଟ୍ରେ ସିଧାସଳଖ ପରାସ୍ତ କରିଥିଲେ ।

Related posts

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍ ହାସଲ କଲା ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ

Odisha Sports Bureau

ଚାଇନା ଓପନରୁ ବାହାର ହେଲେ ଭିବଲଣ୍ଡନ୍ ଚମ୍ପିଆନ୍ ହାଲେପା

Odisha Sports Bureau

ଫ୍ୟାନ୍ସ ତାରକା ଭେନେସା ସିଆରା କିଏ?

Odisha Sports Bureau