Badminton

ସାଇନା ଓ ସିନ୍ଧୁ ସିଙ୍ଗାପୁର ଓପନର ଦ୍ୱିତୀୟ ରାଉଣ୍ଡରେ

(ଓଡିଶା ସ୍ପୋର୍ଟ): ସିଙ୍ଗାପୁର ଓପନରେ ଭାରତର ଦୁଇ ଷ୍ଟାର ଶଟଲର୍ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ନିଜର ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସିନ୍ଧୁ ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଲ୍ୟାନୀ ଆଲେସାଣ୍ଡ୍ରା ମୈନାକିଙ୍କୁ ମାତ୍ର ୨୭ ମିନିଟରେ ୨୧-୯, ୨୧-୭ ସିଧାସଳଖ ଗେମରେ ପରାସ୍ତ କରିଛନ୍ତି। ରିଓ ଅଲିମ୍ପିକ୍ ତଥା ୱାର୍ଲ୍ଡ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ଭେଟିବେ।
ସେହିପରି ଷଷ୍ଠ ସାଇନା ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ଇଣ୍ଡୋନେସିଆର ୟୁଲିଆ ୟୋସେଫିନ୍ ସୁସାଣ୍ଟୋଙ୍କୁ ୨୧-୧୬, ୨୧-୧୧ ଗେମରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ଦ୍ୱିତୀୟ ରାଉଣ୍ଡରେ ଥାଇଲ୍ୟାଣ୍ଡର ପର୍ନପାୱି ଚୋଚୁୱଙ୍ଗଙ୍କୁ ଭେଟିବେ। ସେହିପରି ପୁରୁଷ ଡବଲ୍ସରେ ଭାରତର ମନୁ ଅଟ୍ଟ୍ରୀ ଓ ବି. ସୁମିତ୍ ରେଡ୍ଡି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

ଏହି ଭାରତୀୟ ଯୋଡ଼ି ୧୩-୨୧, ୧୭-୨୧ ଗେମରେ ସିଙ୍ଗାପୁରର ଡ୍ୟାନୀ ବାୱା ଖ୍ରୀସନାଣ୍ଟା ଓ କିନ୍ ହିନ୍ ଲୋ’ଙ୍କଠାରୁ ପରାସ୍ତ ହୋଇଛନ୍ତି। ଭାରତର ମିକ୍ସଡ୍ ଡବଲ୍ସ ଯୋଡ଼ି ସୌରଭ ଶର୍ମା ଓ ଅନୁଷ୍କା ପାରିଖ୍ ପ୍ରଥମ ରାଉଣ୍ଡରେ ୧୨-୨୧, ୧୨-୨୧ ଗେମରେ ତୃତୀୟ ସିଡ୍ ଥାଇଲ୍ୟାଣ୍ଡ୍ ଯୋଡ଼ି ଡେଚାପୋଲ୍ ପୁଆଭାରାନୁକ୍ରୋ ଓ ସାପସିରି ତାଇରାଟ୍ଟାନାଚାଇଙ୍କଠାରୁ ହାରି ବିଦାୟ ନେଇଛନ୍ତି।
ତେବେ ଭାରତର ଅନ୍ୟତମ ମିକ୍ସଡ ଡବଲ୍ସ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍. ସିକ୍କି ରେଡ୍ଡି ପ୍ରଥମ ରାଉଣ୍ଡରେ ନିଜ ଦେଶର ଅର୍ଜୁନ୍ ଏମଆର୍ ଓ କେ ମନୀଷାଙ୍କୁ ୨୧-୧୮, ୨୧-୭ ଗେମରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Related posts

ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ

Odisha Sports Bureau

ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍‌

Odisha Sports Bureau

ପ୍ରମୋଦଙ୍କ ସ୍ୱର୍ଣ୍ଣିମ ଅଭିଯାନ

Odisha Sports Bureau