Cricket

ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଚୟନ

(ଓଡିଶା ସ୍ପାର୍ଟ): ଆସନ୍ତାକାଲି ବିଶ୍ୱକପ ପାଇଁ ଭାରତୀୟଦଳ ଘୋଷଣା ହେବ।ଚୟନ କମିଟି ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ ।
୧୫ ଜଣିଆ ଦଳରେ କିଏ କିଏ ରହିବେ ତାହାକୁ ନେଇ ଏବେଠାରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି । ଜାତୀୟ ସ୍ତରର ଖବରକାଗଜ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୫ ଜଣିଆ ଦଳ ମଧ୍ୟରୁ ଇତି ମଧ୍ୟରେ ୧୪ ଜଣଙ୍କ ନାଁ ଚୂଡାନ୍ତ ହୋଇସାରିଲାଣି । କାଲିସୁଦ୍ଧା ଆଉ ଜଣକର ନାଁ ଚୂଡାନ୍ତ ହୋଇଯିବ ।

ଏହି ରିପୋର୍ଟ ଅନୁସାରେ ବିରାଟ କୋହଲୀ ଦଳର ନେତ୍ତ୍ବ ନେବେ । ଅନ୍ୟ ଖେଳାଳୀମାନେ ହେଲେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୂଳଦୀର ଯାଦବ, ଭୁବନେଶ୍ବର କୁମାର, ବୁମରା, ମହମ୍ମଦ ସମି, କେଦାର ଯାଦବ, କେଏଲ ରାହୁଲ,ବିଜୟ ଶଙ୍କର ଓ ରିଷଭ ପନ୍ତ ।ଏପ୍ରିଲ ୨୩ ସୁଦ୍ଧା ସବୁ ଟିମଙ୍କୁ ନିଜର ୧୫ ଜଣିଆ ଦଳ ଘୋଷଣା କରିବାକୁ ଆଇସିସି କହିଛି ।

Related posts

ଭାରତ ଜିତିବା ପରେ ଏଭଳି କିଛି ଫଟୋ ସେୟାର କଲେ ଅନୁଷ୍କା

Odisha Sports Bureau

ଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳ

Odisha Sports Bureau

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

Odisha Sports Bureau