Cricket

ପାଣ୍ଡ୍ୟା ଓ ରାହୁଲ ଙ୍କୁ ଝଟକା, ୨୦-୨୦ ଲକ୍ଷ ଟଙ୍କାର ଜରିମାନା

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ‘କଫି ୱିଥ୍‌ କରନ୍‌’ ଶୋରେ ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ତାଙ୍କୁ ମହଙ୍ଗା ପଡ଼ିଥିଲା । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦୁଇ ଖେଳାଳୀଙ୍କ ଉପରେ ୨୦-୨୦ ଲକ୍ଷ ଟଙ୍କା ଟଙ୍କାର ଜରିମାନା ଲଗାଇଛନ୍ତି। ।

ବିବିସିଆଇ କୋର୍ଟର ନିର୍ଦ୍ଦେଶ ଅନୁସାରେ ଦୁଇ ୧୦ ଜଣ ଶହୀଦଙ୍କ ପରିବାରକୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ଲେଖାଏଁ ଦେବେ। ମିଲିଟାରୀ ଫୋର୍ସର ଶହୀଦ କନଷ୍ଟବଳଙ୍କୁ ଏହି ଟଙ୍କା ଦେବେ । ଏହା ସହିତ ବ୍ଲାଇଣ୍ଡ କ୍ରିକେଟ୍‌ ଟିମ୍‌କୁ ଆଉ ୧୦ ଲକ୍ଷ ଲେଖାଏଁ ଟଙ୍କା ଦେବେ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଅର୍ଥ ରାଶି ଜମା କରିବାକୁ ନିର୍ଦ୍ଦେଶ ରହିଛି । ଯିଦ ଏ ଦୁଇଜଣ ନିର୍ଦ୍ଧାରିତ ସମୟ ମଧ୍ୟରେ ନ ଦିଅନ୍ତି ତେବେ ସେମାନଙ୍କ ମ୍ୟାଚ୍‌ ଫିରୁ କଟାଯିବ ବୋଲି କୁହାଯାଇଛି ।

Related posts

ପଞ୍ଚମ ଦିନିକିଆ,ଉଭୟ ଦଳ ପାଇଁ କର ବା ମର ସ୍ଥିତି

Odisha Sports Bureau

ଆଇପିଏଲ ପାଇଁ ଚେନ୍ନାଇ ଟିମର ଅଭ୍ୟାସ

ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ

Odisha Sports Bureau