Cricket

ପାଣ୍ଡ୍ୟା ଓ ରାହୁଲ ଙ୍କୁ ଝଟକା, ୨୦-୨୦ ଲକ୍ଷ ଟଙ୍କାର ଜରିମାନା

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ‘କଫି ୱିଥ୍‌ କରନ୍‌’ ଶୋରେ ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ତାଙ୍କୁ ମହଙ୍ଗା ପଡ଼ିଥିଲା । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦୁଇ ଖେଳାଳୀଙ୍କ ଉପରେ ୨୦-୨୦ ଲକ୍ଷ ଟଙ୍କା ଟଙ୍କାର ଜରିମାନା ଲଗାଇଛନ୍ତି। ।

ବିବିସିଆଇ କୋର୍ଟର ନିର୍ଦ୍ଦେଶ ଅନୁସାରେ ଦୁଇ ୧୦ ଜଣ ଶହୀଦଙ୍କ ପରିବାରକୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ଲେଖାଏଁ ଦେବେ। ମିଲିଟାରୀ ଫୋର୍ସର ଶହୀଦ କନଷ୍ଟବଳଙ୍କୁ ଏହି ଟଙ୍କା ଦେବେ । ଏହା ସହିତ ବ୍ଲାଇଣ୍ଡ କ୍ରିକେଟ୍‌ ଟିମ୍‌କୁ ଆଉ ୧୦ ଲକ୍ଷ ଲେଖାଏଁ ଟଙ୍କା ଦେବେ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଅର୍ଥ ରାଶି ଜମା କରିବାକୁ ନିର୍ଦ୍ଦେଶ ରହିଛି । ଯିଦ ଏ ଦୁଇଜଣ ନିର୍ଦ୍ଧାରିତ ସମୟ ମଧ୍ୟରେ ନ ଦିଅନ୍ତି ତେବେ ସେମାନଙ୍କ ମ୍ୟାଚ୍‌ ଫିରୁ କଟାଯିବ ବୋଲି କୁହାଯାଇଛି ।

Related posts

ଭାରତର ଦମଦାର୍ ପ୍ରଦର୍ଶନ, ଜିମ୍ବାୱେ ସାମ୍ନାରେ ବଡ଼ ଲକ୍ଷ

Odisha Sports Bureau

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau

ମାଲଦ୍ୱୀପ ବଦଳରେ ପ୍ରଥମେ ଭାରତର ପର୍ୟ୍ୟଟନ ସ୍ଥାନ ପରିଦର୍ଶନ କରନ୍ତୁ; ଧୋନି

Odisha Sports Bureau