Cricket

ଧୋନି ଦେଲେ ଗାଭାସ୍କରଙ୍କ ଟି-ସାର୍ଟରେ ଅଟେଗ୍ରାଫ

ଚଳିତ ଆଇପିଏଲ କିଛି ନା କିଛି କଥାକୁ ନେଇ ଖେଳାଳୀ ହୁଅନ୍ତୁ କି ଟିମ ଚର୍ଚ୍ଚରେ ଅଛନ୍ତି ।ତେବେ ରବିବାର ଦିନ ଚିଦାମ୍ବରମ ଷ୍ଟାଡିୟମରେ ହୋଇଥିବା ମ୍ୟାଚ ଚେନ୍ନାଇ ହାରିବା ପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଧୋନି ଷ୍ଟାଡିୟମରେ ଚକ୍କର ମାରିଥିଲେ ଚେନ୍ନାଇ ଉପସ୍ଥିତ ଥିବା ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ । ଆଉ ଏହି ସମୟରେ ସୁନୀଲ ଗାଭାସ୍କର ମଧ୍ୟ ଧୋନିଙ୍କ ପାଖକୁ ଦୌଡି ଯାଇଥିଲେ । ଅଟୋଗ୍ରାଫ ମାଗିଥିଲେ । ଧୋନି ପ୍ରଥମେ ଗାଭାସ୍କରଙ୍କ ଟି ସାର୍ଟରେ ଅଟୋଗ୍ରାଫ ଦେଇ ଆଲିଙ୍ଗନ କରିଥିଲେ ।

 


ତେବେ ଏହି ସମୟରେ କ୍ୟାମେରାମ୍ୟାନ, ଗ୍ରାଉଣ୍ଡଷ୍ଟାଫ ନିଜ ସାର୍ଟରେ ହସ୍ତାକ୍ଷର ପାଇଁ ଧୋନିଙ୍କ ସାମ୍ନାରେ ଲାଇନ୍ ହୋଇ ଠିଆ ହୋଇଥିଲେ । ଅଟୋଗ୍ରାଫ ଧୋନି ଦେବା ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସକର୍ମୀ ମଧ୍ୟ ଉତ୍ସାହିତ ନଜର ଆସିଥିଲେ । ଧୋନିଙ୍କ ସହିତ ସେଲଫି ନେଇଥିଲେ । ପୁରା ପଡିଆରେ ଧୋନିଙ୍କ ନାମରେ ନାରାବାଜୀ ଦେଉଥିଲେ ଫ୍ୟାନ୍ସ । ଆଉ ଧୋନି ଶେଷରେ ସମସ୍ତ ଫ୍ୟାନ୍ସଙ୍କୁ ଅଭିବାଦନ ଦେଇ ପାଭିଲିୟମ ଫେରିଯାଇଥିଲେ ।

 

Related posts

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଢ଼ିଲା ଚିନ୍ତା

Odisha Sports Bureau

ଗୌତମ ଗମ୍ଭୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ…

Odisha Sports Bureau