Cricket

ଯୁବ ଖେଳାଳିଙ୍କୁ ମିଳୁ ସୁଯୋଗ

୨୦୨୪ରେ ଖେଳାଯିବାକୁ ଅଛି ଟି-୨୦ ବିଶ୍ୱକପ୍ ।ଏହି ଟୁର୍ଣ୍ଣାମେଣ୍ଟ ପାଇଁ କେଉଁ ଭଳି ଦଳ ପଡିଆକୁ ଓହ୍ଲାଇବା ଦରକାର, ସେନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବିଶାସ୍ତ୍ରୀ । ତାଙ୍କ କହିବା ଅନୁସାରେ ଏବେ ସମୟ ଆସିଜାଇଛି ଟିମ୍ ଇଣ୍ଡିଆ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଛାଡି ଟି-୨୦ରେ ଆଗକୁ ବଢିବା ଉଚିତ୍ ।ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶାସ୍ତ୍ରୀ କହିଛନ୍ତି, ଆଇପିଏଲ୍ ପରେ ଯେଉଁ ବି ପ୍ରଥମ ଟି-୨୦ ସିରିଜ୍ ହେବାକୁ ଅଛି, ସେହି ଟିମରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉଚିତ୍ । ଯଶସ୍ୱୀ ଜୟସୱାଲ, ଜିତେଶ ଶର୍ମା, ତିଲକ ବର୍ମାଙ୍କ ଭଳି ଖେଳାଳିଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରେ ମୌକା ମିଳୁ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳି ନିଜକୁ ପ୍ରମାଣିତ କରିସାରିଲେଣି । ଏବେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉଚିତ୍ । ଯାହା ଫଳରେ ରୋହିତ, କୋହଲିଙ୍କ ଭଳି ଖେଳାଳି ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଅଧିକ ଫୋକସରେ ରଖିପାରିବେ । ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଶାସ୍ତ୍ରୀ କହିଛନ୍ତି ।
ଆହୁରି କହିଛନ୍ତି ୨୦୨୪ ରେ ଟି-୨୦ ହେବ ସେଥିପାଇଁ ବର୍ଷେ ସମୟ ଅଛି । ସେଥିପାଇଁ ଏବୋରୁ ଟିମ ସିଲେକସନ କରି ଯୁବା ଖେଳାଳୀଙ୍କୁ ଯୁଯୋଗ ଦିଆଯାଉ । ସେହିପରି ଦଳର ଅଧିନାୟକ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ହାର୍ଦ୍ଦିକ ଯେଉଁଭଳି ଭାବେ ଗୁଜରାଟ ଟାଇଟନ୍ସର କ୍ୟାପଟେନ୍ ଦାୟିତ୍ୱ ତୁଲାଉଛନ୍ତି, ସେହି ଅନୁସାରେ ତାଙ୍କୁ ଦଳର ଫୁଲଟାଇମ୍ ଟି-୨୦ କ୍ୟାପଟେନ୍ ବଛାଯାଉ ବୋଲି ସେ କହିଛନ୍ତି ।

Related posts

ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ

ନିଲାମରେ ୬ ଜଣ ଖେଳାଳି କିଣିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର; ତଥାପି ପୂରଣ ହେଲାନି ଶୂନ୍ୟ ସ୍ଥାନ

Odisha Sports Bureau