More Sports

ଦୋହା ଏସିଆନ ଆଥଲେଟିକ୍ ଚାମ୍ପିଅନଶିପରେ ଦୂତିଙ୍କ ରେକର୍ଡ଼

(ଓଡିଶା ସ୍ପୋର୍ଟ): ଆଜି ଠାରୁ ଦୋହାରେ ଆରମ୍ଭ ହୋଇଯାଇଛି ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପ ।ଏହି ଚାମ୍ପିଅନଶିପରେ ଦୌଡରାଣୀ ଦୂତି ଚାନ୍ଦ ପୁଣି ଏକ ନୂଆ ରେକର୍ଡ କରିଛନ୍ତି । ୧୦୦ ମିଟର ଦୌଡରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଦୋହା ଏସିଆନ ଆଥଲେଟିକ୍ ଚାମ୍ପିଅନଶିପରେ ଏହା ନୂଆ ରେକର୍ଡ ।
ହିଟ୍-୪ରେ ଦୌଡ଼ୁଥିବା ଦୂତୀ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୨୮ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ହିଁ ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଗୁଆହାଟୀରେ ସେ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଥିଲେ।
ତେବେ ଭାରତର ଅନ୍ୟତମ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆହତ କାରଣରୁ ମହିଳା ୪୦୦ ମିଟର ଅଧାରୁ ଓହରି ଯାଇଛନ୍ତି। ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ୪୦୦ ମିଟରକୁ ୫୦.୭୯ ମିନିଟରେ ଅତିକ୍ରମ କରି ରେକର୍ଡ ସ୍ଥାନ କରିଥିବା ହିମା ଆଜି ଭଲ ଆରମ୍ଭ କରିଥିଲେ। କିନ୍ତୁ କିଛି ବାଟ ଦୌଡ଼ିବା ପରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅଧାରୁ ହିଁ ଟ୍ରାକରୁ ବାହାରି ଆସିଥିଲେ।

Related posts

ପଦ୍ମ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠାଇଲେ ବିନେଶ

Odisha Sports Bureau

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ପ୍ରଥମ ଲିଟେରାରି ଫେଷ୍ଟିଭାଲ

Odisha Sports Bureau

ୱାର୍ଲଡ ପାରା ଏଥଲେଟିକ୍ ଚମ୍ପିଆନସିପରେ ଶରଦଙ୍କୁ ରୌପ୍ୟ

Odisha Sports Bureau