Cricket

ବିଶ୍ୱକପ୍ ପାଇଁ ଅମ୍ପାୟାର ,ରେଫରୀଙ୍କ ନାମ ସ୍ଥିର କରିଛି ଆଇସିସି

(ଓଡିଶା ସ୍ପୋର୍ଟ): ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ୧୬ ଜଣ ଅମ୍ପାୟାର ଓ ୬ ଜଣ ମ୍ୟାଚ ରେଫରୀଙ୍କ ନାମ ସ୍ଥିର କରିଛି ଆଇସିସି । ଏହି ୨୨ଜଣଙ୍କ ମଧ୍ୟରେ ତିନିଜଣ ବିଶ୍ୱ ବିଜେତା ଓ ଜଣେ ଭାରତୀୟ ଅମ୍ପାୟାରଙ୍କୁ ସାମିଲ୍ କରାଯାଇଛି।ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଅମ୍ପାୟାର ଭାବେ ଏସ୍ ରବି ସ୍ଥାନ ପାଇଛନ୍ତି। ନିକଟରେ ଆଇପିଏଲର ଏକ ମ୍ୟାଚରେ ଶ୍ରୀଲଙ୍କା ପେସ୍ ବୋଲର ଲସିଥ୍ ମାଲିଙ୍ଗାଙ୍କ ନୋ’ ବଲକୁ ଅଣଦେଖା କରିବା ନେଇ ରବିଙ୍କୁ ଭାରତୀୟ ଅଧିନାୟକ ବିରାଟ୍ କୋହଲିଙ୍କ ସମେତ ଅନେକେ ସମାଲୋଚନା କରିଥିଲେ।ତିନିଜଣ ବିଶ୍ୱ ବିଜେତା ଯଥା ଡେଭିଡ୍ ମୁନ୍ ମ୍ୟାଚ୍ ରେଫରୀ ଏବଂ କୁମାର ଧର୍ମସେନା ଫିଲ୍ଡ ଅମ୍ପାୟାର ଓ ପଲ୍ ରିଫଲେ୍ ଥାର୍ଡ ଅମ୍ପାୟାର ରହିବେ। ବ୍ରୁସ ଅକ୍ସେନଫର୍ଡ ଫିଲ୍ଡ ଅମ୍ପାୟାର ରହିବେ, ତେବେ ଜୋଏଲ୍ ୱିଲସନ୍ ଚତୁର୍ଥ ଅମ୍ପାୟାର ଭୂମିକା ତୁଲାଇବେ। ଡେଭିଡ୍ ବୁନ୍ ୧୯୮୭ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ।ଅନ୍ୟପକ୍ଷରେ ଧର୍ମସେନା ୧୯୯୬ରେ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଟିମର ସଦସ୍ୟ ଥିଲେ। ରିଫେଲ୍ ୧୯୯୯ରେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟିମ୍ ସହ ଥିଲେ।

ପାକିସ୍ତାନ ଅମ୍ପାୟାର ଅଲୀମ୍ ଦାର ନିଜର ପଞ୍ଚମ ବିଶ୍ୱକପ୍ ମ୍ୟାଚ୍ ପରିଚାଳନା କରିବେ। ସେହିପରି ଇଆନ୍ ଗୁଡଙ୍କ ପାଇଁ ଏହା ଚତୁର୍ଥ ତଥା ଅନ୍ତିମ ବିଶ୍ୱକପ୍ ହେବ। ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ।ଅଫିସିଆଲ୍ସ ତାଲିକା: କ୍ରିସ୍ ବ୍ରଡ୍, ଡେଭିଡ୍ ବୁନ୍, ଜେଫ୍ କ୍ରୋ’, ଆଣ୍ଡି ପାଇକ୍ରଫ୍ଟ, ରଞ୍ଜନ ମଦୁଗଲେ, ରିଚି ରିଚାର୍ଡସନ୍ (ସମସ୍ତେ ମ୍ୟାଚ୍ ରେଫରୀ); ଅଲୀମ୍ ଦାର୍, କୁମାର ଧର୍ମସେନା, ମାରାଇସ୍ ଏରାସମସ୍, କ୍ରିସ୍ ଗ୍ୟାଫାନୀ, ଇଆନ୍ ଗୁଡ୍, ରିଚାର୍ଡ ଇଲିଙ୍ଗୱର୍ଥ, ରିଚାର୍ଡ କେଟେଲବରୋ, ନାଇଜେଲ୍ ଲଙ୍ଗ, ସୁନ୍ଦରମ୍ ରବି, ପଲ୍ ରିଫେଲ୍, ରୁଚିରା ପାଲିୟାଗୁରୁଗେ, ରଡ୍ ଟକର୍, ଜୋଏଲ୍ ୱିଲସନ୍, ମାଇକେଲ୍ ଗଫ୍, ପଲ୍ ୱିଲସନ୍ ଓ ଏସ୍ ରବି (ସମସ୍ତେ ଅମ୍ପାୟାର)।

Related posts

MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ..

ଓଡ଼ିଶା ଏଫସିର କିଟ,ଜର୍ସି ଉନ୍ମୋଚିତ

Odisha Sports Bureau

ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ଏକାଦଶ ଓ ପୌର ପରିଷଦ ଏକାଦଶଙ୍କ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

Odisha Sports Bureau