Cricket

ଧୋନି,ଗମ୍ଭୀର,ବିରାଟଙ୍କ ପରେ ଏଲିଟ ଲିଷ୍ଟରେ ରୋହିତ

(ଓଡିଶା ସ୍ପୋର୍ଟ): ଗତକାଲି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ୍ ଶର୍ମା ଚତୁର୍ଥ ଅଧିନାୟକ ଭାବେ ଆଇପିଏଲରେ ୧୦୦ତମ ମ୍ୟାଚରେ ନେତୃତ୍ୱ ନେବାର ଗୌରବ ଅର୍ଜନ କରିଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନି, ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ସହ ଏଲିଟ୍ ଲିଷ୍ଟ ସ୍ଥାନ ପାଇଛନ୍ତି।

କୋଲକାତା ନାଇଡର୍ସ ବିପକ୍ଷ ମ୍ୟାଚରେ ରୋହିତ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏପର୍ୟ୍ୟନ୍ତ ରୋହିତ ୯୯ ମ୍ୟାଚରେ ନେତୃତ୍ୱ ନେଇ ୫୮.୦୮ ହାରରେ ୫୭ ବିଜୟ ହାସଲ କରିଛନ୍ତି।

ଆଇପିଏଲରେ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେଇଛନ୍ତି ଧୋନି। ଧୋନି ୧୬୯ ମ୍ୟାଚରେ ଚେନ୍ନାଇ ଟିମର ନେତୃତ୍ୱ ନେଇଥିବା ବେଳେ ଏହା ପରକୁ ଗୌତମ ଗମ୍ଭୀର ୧୨୯ ମ୍ୟାଚ୍ ଏବଂ କୋହଲି ୧୦୮ ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଗତକାଲି ପାଣ୍ଡ୍ୟା ପରାକ୍ରମ ସତ୍ତ୍ବେ ମଧ୍ୟ ମୁମ୍ବାଇ ପରାସ୍ତ ହୋଇଛି ।

Related posts

ପ୍ୟାଟ୍ କମିନ୍ସଙ୍କୁ ୨୦.୫୦ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

Odisha Sports Bureau

ପିତାଙ୍କ ଦେହାନ୍ତ ପରେ ରିଙ୍କୁ ସିଂହଙ୍କୁ ନେଇ ଚିନ୍ତା; ଶେଷକୃତ୍ୟ ପରେ ଦଳରେ ଯୋଗଦେବେ

Odisha Sports Bureau

କେ.ଏଲ୍ ରାହୁଲଙ୍କୁ ବିଶ୍ୱକପର ଶ୍ରେଷ୍ଠ ୱିକେଟ୍ କିପର ବୋଲି କହିଲେ ଦୀନେଶ କାର୍ତ୍ତିକ

Odisha Sports Bureau