Cricket

ଅଧଘଣ୍ଟା ପୂର୍ବରୁ ଆରମ୍ଭ ହେବ ପ୍ଳେଅଫ୍ ମ୍ୟାଚ

(ଓଡିଶା ସ୍ପୋର୍ଟ): ମାର୍ଚ୍ଚ୨୩ରୁ ଆରମ୍ଭ ହୋଇଥିବା ଆଇପିଏଲ ମ୍ୟାଚ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମେ ୭ରୁ ଚଳିତ ଆଇପିଏଲ୍ର ପ୍ଳେଅଫ ମ୍ୟାଚ ଖେଳାଯିବ । ପ୍ଳେଅଫ ମ୍ୟାଚ ପାଇଁ ୪ଟି ଦଳ ମନୋନୀତ ହେବେ । ୪ଟିଯାକ ପ୍ଲେଅଫ୍ ମ୍ୟାଚ୍ ଅଧଘଣ୍ଟା ପୂର୍ବରୁ ଆରମ୍ଭ କରିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି। ମଧ୍ୟରାତ୍ର ପର୍ୟ୍ୟନ୍ତ ମ୍ୟାଚ୍ ଜାରି ରହିବାକୁ ଏଡ଼ାଇବା ଲାଗି ଏହି ୪ଟି ମ୍ୟାଚ୍ ରାତି ୮ଟା ପରିବର୍ତ୍ତେ ୭.୩୦ରୁ ଆରମ୍ଭହେବ। ଫଳରେ ସନ୍ଧ୍ୟା ୭ଟାରେ ଟସ୍ ପଡ଼ିବ। ଏହି ୪ଟି ପ୍ଲେଅଫ୍ ମ୍ୟାଚ୍ ହେଉଛି ମେ’ ୭ରେ ପ୍ରଥମ କ୍ବାଲିଫାୟର (ଚେନ୍ନଇ), ମେ’ ୮ରେ ଏଲିମିନେଟର (ବିଶାଖାପାଟଣା), ମେ’ ୧୦ରେ ୨ୟ କ୍ବାଲିଫାୟର (ବିଶାଖାପାଟଣା) ଓ ମେ’ ୧୨ରେ ଫାଇନାଲ (ହାଇଦରାବାଦ)। ଏହାସହ ନିଷ୍ପତ୍ତି ନିଆଯାଇଛି ଯେ ୪ଟି ଦଳଙ୍କୁ ନେଇ ଖେଳାଯିବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ସମସ୍ତ ମ୍ୟାଚ୍ ଜୟପୁରରେ ଖେଳାଯିବ।

Related posts

ଭାରତକୁ ଫେରିଲାନି ଏସିଆ ଟ୍ରଫି

Odisha Sports Bureau

ଆଜି ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସହିତ ମୁକାବିଲ କରିବ ଭାରତ

Odisha Sports Bureau

ପିତାଙ୍କ ଦେହାନ୍ତ ପରେ ରିଙ୍କୁ ସିଂହଙ୍କୁ ନେଇ ଚିନ୍ତା; ଶେଷକୃତ୍ୟ ପରେ ଦଳରେ ଯୋଗଦେବେ

Odisha Sports Bureau