Badminton

ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କ ଡବଲ ସଫଳତା

(ଓଡିଶା ସ୍ପୋର୍ଟ): ଅଲ୍ ଇଣ୍ଡିଆ ସିନିୟର ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ଋତୁପର୍ଣ୍ଣାଙ୍କ ସଫଳତା ।ଏହି ଟୁର୍ଣ୍ଣାମେଣ୍ଟରେ ଋତୁପର୍ଣ୍ଣା ପଣ୍ଡା ଡବଲ୍ ସଫଳତା ଅର୍ଜନ କରିଛନ୍ତି। ଋତୁପର୍ଣ୍ଣା ମିକ୍ସଡ୍ ଡବଲ୍ସରେ ଟାଇଟଲ୍ ଜିତିଥିବା ବେଳେ ମହିଳା ଡବଲ୍ସରେ ରନର୍ସଅପ୍ ହୋଇଛନ୍ତି।

ଆଜି ଋତୁପର୍ଣ୍ଣା ନିଜ ସାଥୀ ଧ୍ରୁବ କପିଲାଙ୍କ ସହ ମିଶି ମିକ୍ସଡ୍ ଡବଲ୍ସ ଫାଇନାଲରେ ମନାଲୀ ବୋରା ଓ ସଂଗ୍ରାମ ଚୁଟିଆଙ୍କୁ ସିଧାସଳଖ ୨୧-୧୩, ୨୧-୧୯ ଗେମରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି।

ସେହିପରି ମହିଳା ଡବଲ୍ସ ଫାଇନାଲରେ ଋତୁପର୍ଣ୍ଣା ଓ କେୟୁରା ମୋପାତି ୨୧-୧୧, ୨୧-୧୭ ଗେମରେ ଶିଖା ଗୌତମ ଓ ଅଶ୍ୱିନୀ ଭଟ୍ଟଙ୍କ ନିକଟରୁ ହାରି ରନର୍ସଅପ୍ ହୋଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସରେ କିରନ୍ ଜର୍ଜ ଓ ମହିଳା ସିଙ୍ଗଲ୍ସରେ ଆକର୍ଷୀ କଶ୍ୟପ୍ ଚାମ୍ପିଅନ୍ ହୋଇଛନ୍ତି। ପୁରୁଷ ଡବଲ୍ସରେ କ୍ରିଷ୍ଣା ପ୍ରସାଦ ଓ ଧ୍ରୁବ କପିଲା ଟାଇଟଲ୍ ଜିତିଛନ୍ତି।

Related posts

ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

Odisha Sports Bureau

ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ ରେ ହାରି ଯାଇଛନ୍ତି ସାଇନା ନେହୱାଲ୍

Odisha Sports Bureau

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ

Odisha Sports Bureau