Badminton

ସାତ୍ୱିକ ଏବଂ ଚିରାଗଙ୍କ ଯୋଡି ଦ୍ୱିତୀୟ ରାଉଣ୍ଡରେ

(ଓଡିଶା ସ୍ପୋର୍ଟ): ଭାରତୀୟ ଶଟଲର ସାତ୍ୱିକସାଇରାଜ ରେଂକି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଯୋଡି ଇଣ୍ଡୋନେସିଆ ଓପନ ବ୍ୟାଡମିଟନ ଚମ୍ପିଆନସିପରେ ବିଜୟ ସହିତ ଖାତା ଖୋଲିଛନ୍ତି । ସାତ୍ୱିକ–ଚିରାଗଙ୍କ ଯୋଡି ମଙ୍ଗୋଲିଆର ଗୋହ ଜେ ଫେଇ ଏବଂ ନୁର ଇଜଉଦ୍ଦିନଙ୍କୁ ୨୧-୧୯, ୧୮-୨୧,୨୧-୧୯ ସେଟରେ ପରାସ୍ତ କରିଛନ୍ତି ।

ପରବର୍ତ୍ତି ମ୍ୟାଚ୍ ରେ ଭାରତୀୟ ଯୋଡିଙ୍କ ସାମ୍ନା ଇଣ୍ଡୋନେସିଆର ଶୀର୍ଷ ସ୍ଥାନରେ ଥିବା ମାର୍କ ଫର୍ନାଡ୍ଲୀ ଗିଡିୟୋନ ଏବଂ କେବିନ ସଞ୍ଜୟ ସୁକାମଲଜୋଙ୍କ ସହିତ ହେବ । ମିଶ୍ରିତରେ ପ୍ରଣବ ଜେରି ଚୋପଡା ଏବଂ ଏନ୍ ସିକ୍କି ରେଡ୍ଡୀଙ୍କ ଯୋଡି ମଧ୍ୟ ନେଦରଲ୍ୟାଣ୍ଡର ରୋବିନ ତେବଲିଙ୍ଗ୍ ଏବଂ ସେଲେନା ପିକ୍ଙ୍କୁ ୨୫-୨୩, ୧୬-୨୧, ୨୧-୧୯ ସେଯରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଏବେ ଝେଙ୍ଗ ସି ୱେଇ ଏବଂ ହୁଆଙ୍ଗ ୟା କିୟୋଙ୍ଗ ଜୀନର ଶୀର୍ଷ ଯୋଡି ସହିତ ଭେଟ ହେବ । ଅଶ୍ୱିନୀ ପୋନପ୍ପା ଏବଂ ସିକ୍କି ଙ୍କ ଯୋଡିକୁ ମହି ଳା ଯୁଗୋଳରେ ମାଲେସିଆର ୱିୱିୟନ୍ ହୁ ଏବଂ ୟୋପ ଚେଙ୍ଗ ୱେନ ଙ୍କ ଠାରୁ ୨୦-୨୨, ୨୨-୨୦, ୨୦-୨୨ ସେଟରେ ସାମ୍ନା କରିବାକୁ ପଡିଥିଲା । ପିଭି ସିନ୍ଦୁ ଏବଂ କିଦାମ୍ବି ଶ୍ରୀକାନ୍ତ ବୁଧବାର ଦିନ ନିଜର ଅଭିଯାନ ଆରମ୍ଭ କରିବେ ।

Related posts

ବ୍ୟାଡମିଣ୍ଟନ ଖେଳକୁ ବାଏ ବାଏ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି

Odisha Sports Bureau

୩୩ତମ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଘାଟିତ

Odisha Sports Bureau

କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ୍ ଜିତିଲେ ଲକ୍ଷ୍ୟ ସେନ୍‌

Odisha Sports Bureau