Badminton

୩୩ତମ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଘାଟିତ

(ଓଡ଼ିଶା ସ୍ପୋର୍ଟ): ଭୁବନେଶ୍ୱର ରେଳବାଇ ଇନଡୋର ଷ୍ଟାଡିୟମରେ ୩୩ ତମ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି । ପ୍ରତିଯୋଗିତାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠି ଉଦଘାଟନ କରିଛନ୍ତି । ୧୫ ଓ ୧୭ ବର୍ଷରୁ କମ୍ ୫୪୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଏବଂ ରାଜ୍ୟ କ୍ରୀଡା ବିଭାଗ ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି । ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଚଂଳରୁ ଉଭୟ ପୁରୁଷ ଓ ମହିଳା ଏଥିରେ ଭାଗ ନେଇଛନ୍ତି । ଓଡିଶାର ଦୁଇ ଅନ୍ତର୍ଜାତୀୟ ତାରକା ଋତୁପର୍ଣ୍ଣା ପଣ୍ଡା ଓ ଆୟୂଷ ପଟ୍ଟନାୟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଉଦ୍ଘାଟନୀ ଉତ୍ସବରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଘଂର ସଭାପତି ତଥା ବିଧାୟକ ରୋହିତ ପୂଜାରୀ ଉପସ୍ଥିତ ଥିଲେ । ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ ।

Related posts

ଡେନମାର୍କ ଓପନ ୨୦୧୯: ଚୀରାଗ ଏବଂ ସାତ୍ୱିକସାଇରାଜଙ୍କ ବିଜୟରୁ ଆରମ୍ଭ

Odisha Sports Bureau

ୟୁରୋପିୟ ଓପନର ସେମିଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau

ସ୍ମାସ୍ ସଟ ମାରି ଗିନିଜ ୱାଲର୍ଡ ରେକର୍ଡ କଲେ ସାତ୍ତ୍ୱିକ