Cricket

ଧୋନିଙ୍କ ପାଇଁ ଆଇସିସି ଜାରି କରିଛି ଏକ ଭିଡ଼ିଓ , ଜାଣନ୍ତୁ ଏହାର କାରଣ

(ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି ମେହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେବେ । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଧୋନିଙ୍କ ପାଇଁ ଆଇସିସି ଏକ ଭିଡିଓ ଜାରି କରିଛି । .
ଭିଡିଓରେ ଆଇସିସି ଧୋନିଙ୍କୁ ଏମିତି ଜଣେ ଖେଳାଳି ଭାବେ ବର୍ଣ୍ଣନା କରିଛି ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଗର୍ବିତ କରିଛି । ଆଇସିସି କହିଛି, ଧୋନି ଏଭଳି ଜଣେ ଖେଳାଳି ଯିଏ ଭାରତର କ୍ରିକେଟର ପରିଭାଷାକୁ ବଦଳାଇ ଦେଇଛନ୍ତି । ଧୋନି କେବଳ ଏକ ନାଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା । ଧୋନି ଏମିତି ଜଣେ ଅଧିନାୟକ ଯାହାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ, ଟି-୨୦ ବିଶ୍ୱକପ, ଚାମ୍ପିୟନ୍‌ସ ଟ୍ରଫି ଜିତିପାରିଛି । ଏହାଛଡା ଭାରତ ଧୋନିଙ୍କ ନେତୃତ୍ୱରେ ଟେଷ୍ଟ ଓ ଦିନିକିଆରେ ମଧ୍ୟ ଏକ ନମ୍ବର ହୋଇପାରିଛି ।

Related posts

ଆଇପିଏଲ୍ ରୁ ବାଦ ପଡ଼ିଲେ ଷ୍ଟେନ

Odisha Sports Bureau

ବାହାନଗା ଟ୍ରେନ୍ ଟ୍ରାଜେଡି: ପୀଡ଼ିତଙ୍କ ଚିକିତ୍ସା ପାଇଁ ୧ଲକ୍ଷ ଟଙ୍କା ଦାନ କଲେ ଚହଲ

ଆଇସିସି ମ୍ୟାଚ୍ ଫଳାଫଳକୁ ଦୃଷ୍ଟିରେ ରଖି ଫିଲ୍ଡରେ କାକରର ପ୍ରଭାବକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି

Odisha Sports Bureau