Cricket

କିକ୍ରେଟକୁ ବାଏ ବାଏ କହିଲେ ମାଲିଙ୍ଗା, ଡ଼ୁମୁନି

 ଓଡ଼ିଶା ସ୍ପୋର୍ଟ : ବିଶ୍ୱକପରେ ଜଣଙ୍କ ପରେ ଜଣେ ଖେଳାଳି ଅବସର ନେବାରେ ଲାଗିଛନ୍ତି । ପ୍ରଥମେ ସୋଏବ ମଲ୍ଲିକ, ପରେ ଇମ୍ରାନ ତାହିର ଏବଂ ଏବେ ଜେପି ଡୁମିନି ଏବଂ ଲସିଥ ମାଲିଙ୍ଗା ମଧ୍ୟ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସାଉଥ ଆଫ୍ରିକାର ଅନୁଭବି ବୋଲର ଇମ୍ରାନ ତାହିର ଗୋଟିଏ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ତାଙ୍କର ଶେଷ ମ୍ୟାଚ ହେବ ବୋଲି ଘୋଷଣା କରିଥିଲେ । ସେହିପରି ସାଉଥ ଆଫ୍ରିକା କ୍ରିକେଟର ଜେପି ଡୁମିନି ମଧ୍ୟ କ୍ରିକେଟକୁ ଅଲବିଦା କହିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ବ୍ୟତୀତ ଶ୍ରାଲଙ୍କା ପେସ୍ ବୋଲର ଲସିଥ ମାଲିଙ୍ଗା କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ।
ଦୁଇ ଦଳର ଏହି ତିନିଜଣ ଖେଳାଳିଙ୍କ ପାଇଁ ଚଳିତ ବିଶ୍ୱକପ ଅତି ନୈରାଶ୍ୟଜନକ ରହିଥିଲା । ସାଉଥ ଆଫ୍ରିକା ଏବଂ ଶ୍ରୀଲଙ୍କା ଉଭୟ ଟୁର୍ଣ୍ଣାମେଂଟରୁ ବାଦ ପଡିଛନ୍ତି । ତେବେ ସାଉଥ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇ ବିଜୟର ସହ ଅଭିଯାନ ଶେଷ କରିଛି । କିନ୍ତୁ ଶ୍ରୀଲଙ୍କା ଭାରତଠାରୁ ପରାଜିତ ହୋଇଛି ।
ଡୁମିନି ସାଉଥ ଆଫ୍ରିକା ତରଫରୁ ୧୯୯ଟି ଦିନିକିଆ ଖେଳିଛନ୍ତି । ଯେଉଁଥିରେ ସେ ୨୭ଟି ଅର୍ଧଶତକ ସହ ୬୦୫୨ ରନ କରିଛନ୍ତି । ଏହାସହ ସେ ୬୯ଟି ୱିକେଟ୍ ମଧ୍ୟ ନେଇଛନ୍ତି । କିନ୍ତୁ କ୍ୟାରିଅରର ଶେଷ ଦିନିକିଆରେ ଡୁମିନି ଭଲ ଖେଳିପାରି ନଥିଲେ । ସେ କେବଳ ୧୪ରନ କରି ଆଉଟ ହୋଇଥିଲେ ।

Related posts

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ହାର୍ଦ୍ଦକଙ୍କ ଫିଟନେସକୁ ନେଇ ଆସିଲା ବଡ ଖବର , ଖୁବ୍ ଶୀଘ୍ର ପଡିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର

Odisha Sports Bureau

ରାଞ୍ଚି ଟେଷ୍ଟ ମ୍ୟାଚ ଖେଳିବେନି ଦ୍ରୁତ ବୋଲର ଜସପ୍ରୀତ ବୁମରା

Odisha Sports Bureau