Cricket

କିକ୍ରେଟକୁ ବାଏ ବାଏ କହିଲେ ମାଲିଙ୍ଗା, ଡ଼ୁମୁନି

 ଓଡ଼ିଶା ସ୍ପୋର୍ଟ : ବିଶ୍ୱକପରେ ଜଣଙ୍କ ପରେ ଜଣେ ଖେଳାଳି ଅବସର ନେବାରେ ଲାଗିଛନ୍ତି । ପ୍ରଥମେ ସୋଏବ ମଲ୍ଲିକ, ପରେ ଇମ୍ରାନ ତାହିର ଏବଂ ଏବେ ଜେପି ଡୁମିନି ଏବଂ ଲସିଥ ମାଲିଙ୍ଗା ମଧ୍ୟ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସାଉଥ ଆଫ୍ରିକାର ଅନୁଭବି ବୋଲର ଇମ୍ରାନ ତାହିର ଗୋଟିଏ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ତାଙ୍କର ଶେଷ ମ୍ୟାଚ ହେବ ବୋଲି ଘୋଷଣା କରିଥିଲେ । ସେହିପରି ସାଉଥ ଆଫ୍ରିକା କ୍ରିକେଟର ଜେପି ଡୁମିନି ମଧ୍ୟ କ୍ରିକେଟକୁ ଅଲବିଦା କହିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ବ୍ୟତୀତ ଶ୍ରାଲଙ୍କା ପେସ୍ ବୋଲର ଲସିଥ ମାଲିଙ୍ଗା କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ।
ଦୁଇ ଦଳର ଏହି ତିନିଜଣ ଖେଳାଳିଙ୍କ ପାଇଁ ଚଳିତ ବିଶ୍ୱକପ ଅତି ନୈରାଶ୍ୟଜନକ ରହିଥିଲା । ସାଉଥ ଆଫ୍ରିକା ଏବଂ ଶ୍ରୀଲଙ୍କା ଉଭୟ ଟୁର୍ଣ୍ଣାମେଂଟରୁ ବାଦ ପଡିଛନ୍ତି । ତେବେ ସାଉଥ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇ ବିଜୟର ସହ ଅଭିଯାନ ଶେଷ କରିଛି । କିନ୍ତୁ ଶ୍ରୀଲଙ୍କା ଭାରତଠାରୁ ପରାଜିତ ହୋଇଛି ।
ଡୁମିନି ସାଉଥ ଆଫ୍ରିକା ତରଫରୁ ୧୯୯ଟି ଦିନିକିଆ ଖେଳିଛନ୍ତି । ଯେଉଁଥିରେ ସେ ୨୭ଟି ଅର୍ଧଶତକ ସହ ୬୦୫୨ ରନ କରିଛନ୍ତି । ଏହାସହ ସେ ୬୯ଟି ୱିକେଟ୍ ମଧ୍ୟ ନେଇଛନ୍ତି । କିନ୍ତୁ କ୍ୟାରିଅରର ଶେଷ ଦିନିକିଆରେ ଡୁମିନି ଭଲ ଖେଳିପାରି ନଥିଲେ । ସେ କେବଳ ୧୪ରନ କରି ଆଉଟ ହୋଇଥିଲେ ।

Related posts

୪୦ ଦିନରେ କୋଟି କୋଟି ଟଙ୍କା ଖର୍ଚ୍ଚ, ପ୍ରିୟଜନଙ୍କୁ ଦେଉଛନ୍ତି ଦାମୀ ଉପହାର…

Odisha Sports Bureau

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତର ପଥ ପରିଷ୍କାର କରିଛି ଦକ୍ଷିଣ ଆଫ୍ରିକା

Odisha Sports Bureau

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଛି

Odisha Sports Bureau