Cricket

ବିଶ୍ୱକପ ସେମିଫାଇନାଲ : କିଏ ଭେଟିବ କାହାକୁ?

(ଓଡିଶା ସ୍ପୋର୍ଟ): ୨୦୧୯ ଆଇସିସି ବିଶ୍ୱକପ୍‌ । ଲିଗ୍‌ ପର୍ୟ୍ୟାୟ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ରହିଛି ସେମିଫାଇନାଲ୍‌ ଉପରେ । ସେମିଫାଇନାଲ ଲିଗ୍‌ରେ ହାରିଲେ ସିଧାସଳଖ ବିଦା । ଟୁର୍ଣ୍ଣାମେଣ୍ଟର ମୋଟ୍‌ ୧୦ଟି ଦଳ ଭିତରୁ ୬ଟି ବିଦା ନେଇ ସାରିଥିବା ବେଳେ ଶ୍ରେଷ୍ଠ ୪ଟି ଦଳ ରହିଛନ୍ତି ଏହି ନକ୍‌ଆଉଟ୍‌ ରାଉଣ୍ଡରେ । ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଆସନ୍ତା ମଙ୍ଗଳବାର ବିଶ୍ୱକପ୍ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ପୁଣି ଥରେ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ଵିଲୟମସନ୍ । ୨୦୦୮ ଅଣ୍ଡର ୧୯ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଥିଲା ଭାରତ । ସେତେବେଳେ ଏହି ଦୁଇ ଅଧିନାୟକ ଅଣ୍ଡର ୧୯ ଟିମର ମଧ୍ୟ ଅଧିନାୟକ ଥିଲେ । ଏବେ ପୁଣି ଥିରେ ୧୧ ବର୍ଷ ପରେ ବିଶ୍ୱକପ୍ ସେମିଫାଇନାଲରେ ଏକାଠି ହେବେ । ୨୦୦୮ ଅଣ୍ଡର ୧୯ ବିଶ୍ୱକପ୍ରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ନ୍ୟୁଜିଲାଣ୍ଡ କରିଥିଲା ୨୦୫ ରନ୍ ।

ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଜୁଲାଇ ୧୧ ତାରିଖରେ ବର୍ମିଂହାମ୍‌ରେ ଖେଳାଯିବ। ଏଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ଅଷ୍ଟ୍ରେଲିଆ ଗତକାଲି ତା’ର ଶେଷ ଲିଗ୍ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଟେବୁଲ୍‌ର ଦ୍ୱିତୀୟ ସ୍ଥାନକୁ ଖସି ଯାଇଥିଲା। ଗତକାଲି ଡେଭିଡ ୱାର୍ଣ୍ଣର ୧୨୨ ରନ୍ କରିଥିଲେ ବି ଦଳକୁ ଜିତାଇ ପାରି ନଥିଲେ। ଦଳ ୧୦ ରନ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା। ଇଂଲଣ୍ଡ ୯ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି ଓ ୧୨ ପଏଣ୍ଟ ହାସଲ କରିଛି।

Related posts

ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛି ପାକିସ୍ତାନ

Odisha Sports Bureau

DC ବିକକ୍ଷରେ ଖେଳିବେ କି ଧୋନି? CSK ର ଦୁର୍ବଳ ପରିସ୍ଥିତି ମଧ୍ୟରେ ଆହତ ସମସ୍ୟା ଚିନ୍ତା ବଢ଼ାଇଲା

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

Odisha Sports Bureau