More Sports

ରଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନ୍ସିପ : ଆଜି ଆସିବେ ୫ ଦଳ

(ଓଡ଼ିଶା ସ୍ପୋର୍ଟସ / ଶୁଭସ୍ମିତା ଦାଶ ) : ଆଉ ୨ ଦିନର ଅପେକ୍ଷା । କଟକରେ ଆୟୋଜିତ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନ୍ସିପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଆଜି ଠାରୁ ବିଭିନ୍ନ ଦଳଙ୍କ ଆଗମନ ହେବ । ସୂଚନା ମୁତାବକ, ଆଜି ୱେଲ୍‌ସ, ଇଂଲଣ୍ଡ, ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ ଓ ମାଲେସିଆ ଭିନ୍ନ ଭିନ୍ନ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ।

ଅନ୍ୟପକ୍ଷରେ ଗତକାଲି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅପରାହ୍ନରେ କଟକ ଆସି ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ ବୁଲି ପ୍ରସ୍ତୁତି ପରଖିଛନ୍ତି । ତାଙ୍କ ସହିତ କ୍ରୀଡ଼ା ବିଭାଗ ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ଭିନିଲ୍‌ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ଫ୍ରେସ୍‌ ରୁମ୍‌, ଗ୍ୟାଲେରୀ, ପ୍ରବେଶ ଓ ପ୍ରସ୍ଥାନ ପଥ, ସାଉଣ୍ଡ୍‌ ସିଷ୍ଟମ୍‌, ଫ୍ଲଡ୍‌ ଲାଇଟ୍‌ ଭଳି ବିଭିନ୍ନ ଦିଗକୁ ତନଖି କରାଯାଇଥିଲା । ସେହିପରି ଷ୍ଟାଡିୟମ୍‌ ବାହାରେ ହୋଇଥିବା ୱାଲ୍‌ ପେଣ୍ଟିଂ, ଉଦ୍ୟାନ ଏବଂ ଅନ୍ୟାନ୍ୟ ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ । ଆଜି ମ୍ୟାଚ ପାଇଁ ଟେବୁଲ୍‌ ଏବଂ ମ୍ୟାଟ୍‌ ଆଦି ପଡ଼ିବ ।

Related posts

ଯୁବ ସାଇକେଲିଷ୍ଟ୍ ଏସୋ ଅଲବେନ୍ ଜିତିଲେ ସ୍ୱର୍ଣ୍ଣ

Odisha Sports Bureau

ତେଲୁଗୁ ଟାଇଟନ୍ସକୁ ୫୩-୫୦ ଅଙ୍କରେ ପରାସ୍ତ କଲା ପୁନେରି ପଲଟନ୍

Odisha Sports Bureau

ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାଙ୍କୁ ସମ୍ବର୍ଦ୍ଧନା

Odisha Sports Bureau